କ୍ରୀଡ଼ା

ବୋଲିଂ କରିବ ଭାରତ

ସୁପର ସଣ୍ଡେରେ ଆରମ୍ଭ ହେଲା ହାଇଭୋଲଟେଜ୍ ଫାଇଟ୍। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ପାକିସ୍ତାନ। ପ୍ରଥମେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ସେପଟେ ମ୍ୟାଚ୍ ଜିତିବା ପାଇଁ ସମସ୍ତ କଳ ବଳ କୌଶଳ ଲଗାଇ ଦେବ ପାକିସ୍ତାନ। ତେବେ ଆଜି କାହା ସପକ୍ଷରେ ରହିବ ମ୍ୟାଚ୍। ତାହାକୁ ରହିଛି ଅପେକ୍ଷା।

ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଛି ମ୍ୟାଚ। ଦୀର୍ଘ ୮ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫିରେ ମୁହାଁମୁହିଁ ହୋଇଛନ୍ତି ଭାରତ ପାକିସ୍ତାନ। ୨୦୧୭ ପରାଜୟର ପ୍ରତିଶୋଧ ନେବାକୁ ଭାରତ ଲକ୍ଷ୍ୟ ରଖିଛି। ଏହା ପୂର୍ବରୁ ପାକିସ୍ତାନ ଶେଷ ଥର ପାଇଁ ୨୦୨୪ରେ ଶେଷ ମ୍ୟାଚ ଖେଳିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com