ଜାତୀୟ

ହ୍ରିତିକ୍‌ଙ୍କ ପରିବାର ସବା ଆଜାଦଙ୍କର ନେଉଛନ୍ତି ବିଶେଷ ଯତ୍ନ, ଅଭିନେତ୍ରୀ ସେୟାର କଲେ ଫଟୋ…

ନୂଆଦିଲ୍ଳୀ ()  ହ୍ରିତିକ ରୋଶନ ଏବେ ନିଜ ସିକ୍ରେଟ୍‌ ଗାର୍ଲଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ସବା ଆଜାଦଙ୍କ ସହିତ ତାଙ୍କ ଫଟୋଗୁଡ଼ିକ ସୋସିଆଲ ମିଡିଆରେ  ଖୁବ୍‌ ଭାଇରାଲ ହେଉଛି। ହେଲେ ବର୍ତ୍ତମାନ ହ୍ରିତିକ ଓ ସବାଙ୍କ ସମ୍ପର୍କ ପୁଣି ଚର୍ଚ୍ଚାକୁ ଆସିଛି। ନିକଟରେ ରୋଶନ ପରିବାର ସବା ଆଜାଦଙ୍କ ଉପରେ ଢେର୍‌ ସାରା ଭଲ ପାଇବା ଦେଖାଇଛନ୍ତି ଏବଂ ତାଙ୍କ ପାଖକୁ ଏକ ସୁନ୍ଦର ଜିନିଷ ପଠାଇଛନ୍ତି, ଯାହାକୁ ଅଭିନେତ୍ରୀ ସମସ୍ତଙ୍କ ସାମ୍ନାରେ ସେୟାର କରିଛନ୍ତି।

ବର୍ତ୍ତମାନ କୁହାଯାଉଛି କି, ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ ସବା ଆଜାଦଙ୍କୁ ଡେଟ କରୁଛନ୍ତି। ଦୁହେଁ ଅନେକ ସମୟରେ ଡିନର ଡେଟ୍‌ରେ ଯାଉଥିବାର ନଜର ଆସିଥିଲେ, କିନ୍ତୁ ଉଭୟ ସେମାନଙ୍କ ସମ୍ପର୍କକୁ ନେଇ ଏପର୍ଯ୍ୟନ୍ତ ମୁହଁ ଖୋଲି ନାହାନ୍ତି । ନିକଟରେ ସବାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସାମନ୍ୟ ବିଗିଡି ଯାଇଛି। ଏହି ସମୟରେ ହ୍ରିତିକଙ୍କ ପରିବାର ଲୋକେ ତାଙ୍କର ବିଶେଷ ଯତ୍ନ ନେଉଛନ୍ତି। ଏନେଇ ସବା ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି, ଯାହାକି ତାଙ୍କ ଫ୍ୟାନମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସବାଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ହ୍ରିତିକଙ୍କ ପରିବାର ତାଙ୍କ ପାଇଁ ଖାଦ୍ୟ ପଠାଇଛନ୍ତି, ଯାହାକୁ ଦେଖି ସବା ବହୁତ ଖୁସି ହୋଇ ଯାଇଛନ୍ତି। ଏହାକୁ ନେଇ ସବା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଖାଇବାର ଫଟୋ ସେୟାର କରିଛନ୍ତି। ଏଥିରେ ଏକ ପ୍ଲେଟରେ ପିଜା ଏବଂ ପାସ୍ତା ନଜର ଆସୁଛି। ସବା ଏହି ଫଟୋ ସେୟାର କରି ଲେଖିଛନ୍ତି, ‘ଯେତେବେଳେ ଆପଣ ଅସୁସ୍ଥ ଥାଆନ୍ତି, କିନ୍ତୁ ଆପଣଙ୍କ ପାଖରେ ବେଷ୍ଟ ଲୋକ ଥାଆନ୍ତି, ଯିଏକି ଆପଣଙ୍କୁ ଭଲ ଭଲ ଖାଦ୍ୟ ଖୁଆନ୍ତି’। ଏହାପରେ ସେ କାଞ୍ଚନ ରୋଶନ, ପଶ୍ମିନା ରୋଶନଙ୍କୁ ଟ୍ୟାଗ କରିବା ସହିତ ହାତ ଯୋଡ଼ିବାର ଏକ ଇମୋଜି ପୋଷ୍ଟ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com