![](https://i0.wp.com/odia.mobilenews24x7.com/wp-content/uploads/2022/03/be026b6091e4515718126c728d8ec041c470b.webp?resize=568%2C420&ssl=1)
ନୂଆଦିଲ୍ଳୀ() କରୋନାର ତୃତୀୟ ଲହର ସାମାନ୍ୟ କମିବାରୁ ଏହାକୁ ଦୃଷ୍ଟିରେ ରଖି ଲକଡାଉନ୍କୁ ହଟାଯାଇଥିଲା । ଯାହା ଫଳରେ ସିନେମା ହଲ ମଧ୍ୟ ଖୋଲିଥିଲା । କାହିଁକି ନା କରୋନ ଯୋଗୁଁ ଅନେକ ଫିଲ୍ମ ରିଲିଜ୍ ହୋଇପାରି ନଥିଲା । ଏବେ ପୁଣିଥରେ ଫିଲ୍ମର ରିଲିଜ୍ ତାରିଖ ସାମ୍ନାକୁ ଆସିଛି । ଅନେକ ବଡ ଫିଲ୍ମ ଗୁଡିକ ୨୦୨୨ରୁ୨୦୨୩ରେ ରିଲିଜ୍ ହେବା ପାଇଁ ଲାଇନରେ ରହିଛି । ସବୁଠାରୁ ବଡ କଥା ହେଉଛି ସେଥିରେ ଅନେକ ଆକ୍ସନ୍ ଫିଲ୍ମ ମଧ୍ୟ ଦେଖିବାକୁ ମିଳିବ । ତେବେ ଚାଲନ୍ତୁ ଜାଣିବା ଏପରି କିଛି ଆକ୍ସନ୍ ଫିଲ୍ମ ବିଷୟରେ, ଯାହା ରିଲିଜ୍ ହେବାକୁ ଯାଉଛି।
ଆରଆରଆର: ରାମ ଚରଣ ତେଜା ,ଜୁନିୟର ଏନଟିଆର, ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନଙ୍କ ଭଳି ହିଟ୍ ଷ୍ଟାରଙ୍କୁ କାଷ୍ଟ କରାଯାଇଛି । ଏହି ଫିଲ୍ମର ଅନେକ ଥର ରିଲିଜ୍ ଡେଟ୍ ବଦଳାଯାଇଥିଲା। ହେଲେ ବର୍ତ୍ତମାନ ଏହା ୨୫ ମାର୍ଚ୍ଚ ୨୦୨୨ରେ ରିଲିଜ୍ ହେବ ।
ବଚ୍ଚନ ପାଣ୍ଡେ : ଅକ୍ଷୟ କୁମାରଙ୍କ ଆକ୍ସନ୍ ପ୍ୟାକ୍ ଫିଲ୍ମ ବଚ୍ଚନ ପାଣ୍ଡେ ରିଲିଜ ହେବାର ରାସ୍ତା ମଧ୍ୟ ସ୍ପଷ୍ଟ ହୋଇଛି। ଏହା ୧୮ ମାର୍ଚ୍ଚ ୨୦୨୨ ରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ କ୍ରିତି ସାନନ୍, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ଆର୍ଶାଦ ୱାର୍ସି ମୁଖ୍ୟ ଭୂମିକାରେ ନଜର ଆସିବେ।
ଟାଇଗର-୩ : ୨୦୨୩ର ବହୁ ପ୍ରତୀକ୍ଷିତ ଟାଇଗର-୩ ବୋଲି କୁହାଯାଉଛି । କାହିଁକି ନାଁ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ କ୍ୟାଟ୍ରିନା କୈଫ୍-ସଲମାନ୍ ଖାନ୍ ନଜର ଆସିବେ । ଏଥିରେ ଆକ୍ସନର ଭରପୂର ରହିଛି । ଯାହାକୁ ନେଇ ଅନୁମାନ କରାଯାଉଛି କି ଏହି ଥ୍ରୀଲର ଫିଲ୍ମଟି ବକ୍ସ ଅଫିସ୍ରେ ମଧ୍ୟ ହିଟ୍ ହେବ । ଏହି ଚଳଚ୍ଚିତ୍ରଟି ୨୧ ଏପ୍ରିଲ ୨୦୨୩ରେ ଇଦ୍ ଅବସରରେ ମୁକ୍ତିଲାଭ କରିବ।
ଫାଇଟର : ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଯୋଡିକୁ ଫାଇଟର ଫିଲ୍ମରେ ପ୍ରଥମ ଥର ଦେଖିବାକୁ ମିଳିବ । ଦେଖିଲେ ଲାଗୁଛି କି ଦୁହିଁଙ୍କ କେମେଷ୍ଟ୍ରୀ ପରଦାରେ ଜମିବ । ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ୨୬ ଜାନୁୟାରୀ ୨୦୨୩ ରେ ଚୂଡାନ୍ତ ହୋଇଛି ।
ହେରୋପନ୍ଥି -୨: ଏହି ଚଳଚ୍ଚିତ୍ରଟି ଟାଇଗର ଶ୍ରଫ୍ଙ୍କ ଡେବ୍ୟୁ ଫିଲ୍ମ ହେରୋପନ୍ଥିର ସିକ୍ୱେଲ ଅଟେ । ଟାଇଗରଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ୨୯ ଏପ୍ରିଲ୍ ୨୦୨୨ରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ ତାରା ସୁତାରିଆଙ୍କୁ ଦେଖିବାକୁ ମିଳିବ ।
ଧାକଡ: ଧାକଡ୍ ଫିଲ୍ମରେ କଙ୍ଗନା ରଣାୱତଙ୍କୁ ପ୍ରଥମ ଥର ପାଇଁ ଏପରି ଏକ ଆକ୍ସନ୍ ଫିଲ୍ମରେ ଦେଖିବାକୁ ମିଳିବ। ଏହା ୨୭ ମେ ୨୦୨୨ରେ ମୁକ୍ତିଲାଭ କରିବ ।
ପଠାନ: ଦର୍ଶକ ଫିଲ୍ମ ପଠାନକୁ ନେଇ ଖୁବ୍ ଉତ୍ସାହ ସହିତ ଅପେକ୍ଷା କରିଛନ୍ତି । ନିକଟରେ ତାହାର ଟିଜର ରିଲିଜ୍ ହୋଇଥିଲା। ଯାହା ଖୁବ୍ ଭାଇରାଲ୍ ହୋଇଛି । ଏହା ସହ ଫିଲ୍ମର ରିଲିଜ୍ ଡେଟ୍ ମଧ୍ୟ ଘୋଷଣା କରାଯାଇଛି। ଜାନୁଆରୀ ୨୫, ୨୦୨୩ ରେ ମୁକ୍ତିଲାଭ କରିବ । ଫିଲ୍ମ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଜନ୍ ଆବ୍ରାହମ୍ ଏବଂ ଦୀପିକା ପାଦୁକୋନ ମଧ୍ୟ ନଜର ଆସିବେ।
ଆଟାକ୍: ଜନ୍ ଆବ୍ରାହାମଙ୍କ ଅଭିନୀତ ଫିଲ୍ମ ଆଟାକ୍ ୧ ଏପ୍ରିଲ୍ ୨୦୨୨ରେ ମୁକ୍ତିଲାଭ କରିବ । ଏଥିରେ ଜନ୍ଙ୍କ ବ୍ୟତୀତ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ରାକୁଲପ୍ରୀତ ସିଂ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।