ଅନ୍ତର୍ଜାତୀୟଜାତୀୟ

ଋଷ ହମଲାରେ ମେୟରଙ୍କ ମୃତ୍ୟୁ, ଭୀଷଣ ଗୁଳିମାଡରେ ଚାଲିଗଲା ଜୀବନ

କିଭ() ଋଷର ସେନା ଦ୍ୱାରା ହୋଇଥିବା ଆକ୍ରମଣରେ ୟୁକ୍ରେନର ହୋଷ୍ଟୋମେଲର ମେୟର ନିହତ ହୋଇଛନ୍ତି । ତେବେ ଏହି ଭୟଙ୍କର ଗୁଳି ବିନିମୟରେ ମେୟର ପ୍ରାଣ ହରାଇଛନ୍ତି । ଋଷର ସୈନ୍ୟବାହିନୀ ହୋଷ୍ଟୋମେଲ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ହୋଷ୍ଟୋମେଲର ମେୟର ଜୀବନ ଚାଲିଯାଇଛି । ମେୟରଙ୍କ ମୃତ୍ୟୁ ପରେ ସହରରେ ଉତ୍ତେଜନା ଦେଖାଦେଇଛି ।
ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧ ଜାରି ରହିଛି :
ସୂଚନା ଥାଉକି, ମସ୍କୋ ଦ୍ୱାରା ସମର୍ଥିତ ପୂର୍ବ ଅଞ୍ଚଳରେ ଥିବା ଡୋନବାସରେ ଋଷର ସୈନ୍ୟଙ୍କ ସହ ୟୁକ୍ରେନ ସୈନ୍ୟମାନେ ଲଢେଇ କରୁଛନ୍ତି । ୟୁକ୍ରେନର ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ହାନ୍ନା ମାଲାୟାର କହିଛନ୍ତି ଯେ ଡୋନାବସର ଦୁଇଟି ବିଦ୍ରୋହୀ ସହରରେ ୟୁକ୍ରେନ ସୈନ୍ୟମାନେ ଯୁଦ୍ଧ କରୁଛନ୍ତି । ଯେଉଁଠାରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଫେବୃଆରୀ ୨୪ରେ ସାମରିକ ଅପରେସନ୍ ଆରମ୍ଭ କରିଛନ୍ତି ।
କିଭ୍ ନିକଟରେ ଋଷର ସୈନ୍ୟ ଏକତ୍ରିତ :
ୟୁକ୍ରେନର ଜଣେ ବରିଷ୍ଠ ଅଧିକାରୀ ଦାବି କରିଛନ୍ତି ଯେ ଋଷ କିଭ୍ ନିକଟ ଗ୍ରାମ ଏବଂ ସହରରେ ବହୁ ସଂଖ୍ୟକ ସୈନ୍ୟ ସଂଗ୍ରହ କରିଛି । ଆଗାମୀ ଦିନରେ ଋଷର ସେନା କିଭକୁ ଦଖଲ କରିବ । ୟୁକ୍ରେନସ୍କା ପ୍ରଭଡା ରିପୋର୍ଟ କରିଛି ଯେ ୟୁକ୍ରେନର ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କ ପରାମର୍ଶଦାତା ଭାଡିମ ଡେନିସେଙ୍କୋ ରବିବାର ରାତିରେ ରାଷ୍ଟ୍ରାୟତ୍ତ ୟୁକ୍ରେନ ଟିଭିକୁ କହିଛନ୍ତି ଯେ ଆସନ୍ତା କିଛି ଦିନ ମଧ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ଲଢେଇ ହେବ ବୋଲି ଆଶା କରାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com