ଅନ୍ତର୍ଜାତୀୟଜାତୀୟ

ଜେଲେନସ୍କିଙ୍କ ସହ ୩୫ ମିନିଟ୍ କଥା ହେଲେ ମୋଦୀ, ଏବେ ପୁଟିନଙ୍କ ସହ କରିବେ ଆଲୋଚନା

ନୂଆଦିଲ୍ଲୀ() ଋଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧା ଜାରି ରହିଛି । ଏହାମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି । ଉଭୟ ନେତା ଫୋନରେ ପ୍ରାୟ ୩୫ ମିନିଟ୍ ଧରି ଆଲୋଚନା କରିଛନ୍ତି ।

ଉଭୟ ନେତା ଯୁଦ୍ଧ  ଓ ଯୁଦ୍ଧ ଜନିତ ପରିସ୍ଥିତି ଉପରେ କଥା ହୋଇଥିବା ସୂଚନା ମିଳିଛି । ଏହାବ୍ୟତୀତ ଅନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ଆଲୋଚନା କରିଛନ୍ତି । ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଜେଲେନସ୍କିଙ୍କୁ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ସିଧାସଳଖ ଆଲୋଚନା ପାଇଁ ପରାମର୍ଶ ଦେଇଛନ୍ତି । ଏହାସହ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ସେ ଜେଲେନସ୍କିଙ୍କୁ ଧନ୍ୟାବାଦ ମଧ୍ୟ ଜଣାଇଛନ୍ତି । ସୁମିରୁ ମୋଦୀ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ୟୁକ୍ରେନ ସରକାରଙ୍କଠୁ ସମର୍ଥନ ମାଗିଛନ୍ତି । ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବା ପରେ ମୋଦୀ ପୁଟିନଙ୍କ ସହ ମଧ୍ୟ କଥା ହେବେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ଭାରତ ୟୁକ୍ରେନର ସୁମି ସହରରୁ ନିଜ ନାଗରିକଙ୍କୁ କିପରି ଉଦ୍ଧାର କରିବ ସେନେଇ ଚିନ୍ତାରେ ରହିଛି । ଏହାମଧ୍ୟରେ ପୁଟିନ କିଭ୍ସ, ସୁମି, ଖାରକିଭ୍ ଓ ମାରିୟୁପୋଲରେ ଯୁଦ୍ଧ ବିରତ୍ତି ଘୋଷଣା କରିଛନ୍ତି ।

ପୂର୍ବରୁ ମଧ୍ୟ ମୋଦୀ ପୁଟିନଙ୍କ ସହ ଆଲୋଚନା କରିଥିଲେ । ଏପରିକି ସେ ଜେଲେନସ୍କିଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com