ଓଡ଼ିଶା

ମାଓ ଆକ୍ରମଣ: CRPF ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ

ବିଜାପୁର() ଛତିଶଗଡ଼ରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଆଜି ହୋଇଛି ଗୁଳି ବିନିମୟ । ବିଜାପୁର ବାସାଗୁଡ଼ାରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ଗୁଳି ବିନିମୟ ହୋଇଥିବା ଜଣାପଡିଛି । ଏଥିରେ ସିଆରପିଏଫର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ୍ ହୋଇଥିବା ଜଣାପଡିଛି । ଗୁଳିକାଣ୍ଡରେ ଆଉ ଜଣେ ଯବାନ ଗୁରୁତର ହୋଇଥିବା ଜଣାପଡିଛି ।

ଗତ ସପ୍ତାହରେ ଛତିଶଗଡ଼ର ସୁକମାରେ ସୁରକ୍ଷାକର୍ମୀ ଓ ମାଓମାଦୀଙ୍କ ମଧ୍ୟରେ ମଡ଼ ଧରଣର ଗୁଳି ବିନିମୟ ହୋଇଥିଲା । ସୁରକ୍ଷାବଳଙ୍କ ଏନକାଉଣ୍ଟରେ ଜଣେ ମାଓବାଦୀ ନିହତ ହୋଇଥିଲା । ତେବେ ଛତିଶଗଡ଼ରେ ମାଓବାଦୀଙ୍କ ଆତଙ୍କ ଦିନକୁ ଦସିନ ବଢ଼ିବାରେ ଲାଗିଛି । କୁହାଯାଉଛି ଯେ, ପୋଲିସ ଓ କେନ୍ଦ୍ର ସୁରକ୍ଷାବଳଙ୍କ ମଧ୍ୟରେ ତାଳମେଳ କମୁଥିବାରୁ ମାଓବାଦୀମାନେ ସେମାନଙ୍କ କାର୍ଯ୍ୟରେ ସଫଳ ହେଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com