ଓଡ଼ିଶା

କେବେ ସୁଧୁରିବେ ଆମ ଲୋକେ: ପୁଣି ଗାଡ଼ି ଡିକିରେ ଟଙ୍କା ରଖି ଖାଇବାକୁ ଯିବା ପରେ ଲୁଟିନେଲେ ଦୁର୍ବୃତ୍ତ, ସିସିଟିଭିରେ ରେକର୍ଡ ହେଲା ଭିଜଆଲ

ଆନନ୍ଦପୁର() ୨୦ ନଂ ଜାତୀୟ ରାଜପଥ ଆନନ୍ଦପୁର ବେଲବାହାଳି ବାଇପାସ୍ ନିକଟ ଏକ ଢାବା ସମ୍ମୁଖରୁ ବାଇକ୍ ଡିକି ଭାଙ୍ଗି ୪୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଢାବାରେ ଲାଗିଥିବା ସିସିଟିଭିରେ ଲୁଟ୍ ସମୟର ପୁରା ଚିତ୍ର କଏଦ ହୋଇଛି । ଏନେଇ ଲୁଟର ଶିକାର ହୋଇଥିବା ଯୁବକ ଘଷିପୁରା ଥାନାରେ ଏକ ମାମଲା ଦାୟର କରିବାପରେ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି ।

ଅଭିଯୋଗ ଅନୁଯାଇ ଭଦ୍ରକର ଲକ୍ଷ୍ମୀ ଅଟୋ ସିଣ୍ଡିକେଟରେ କଲେକସନ ଏଜେଣ୍ଟ ଭାବେ କାମ କରୁଥିବା ସୁଶାନ୍ତ ପଣ୍ଡା କ୍ୟାସ୍ କଲେକସନ ପାଇଁ ଆନନ୍ଦପୁର ଆସିଥିଲେ । କେତେକ ଅଟୋମେବାଇଲ୍ ଦୋକାନରୁ ବକେୟା ଟଙ୍କା କଲେକସନ୍ କରିବା ପରେ ବାଇକ୍ ଡିକିରେ ଟଙ୍କାରଖି ସଂପୃକ୍ତ ଢାବାରେ ଖାଇଥିଲେ । ଏହି ସମୟରେ ଏକ ଗ୍ଲାମର ଗାଡିରେ ଆସି ୨ଜଣ ଦୁର୍ବୁତ୍ତ ନକଲି ଚାବିରେ ଡିକି ଖୋଲି ଟଙ୍କା ନେଇ ଫେରାର ହୋଇଥିଲେ । ପରେ ଢାବା ସିସି ଟିଭି ଜାଞ୍ଚ ପରେ ଚୋରି ନେଇ  ସ୍ପଷ୍ଟ ହୋଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com