ଅନ୍ୟାନ୍ୟ

ଋଷିୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚରେ ହାଜର ହେଲେ ଅନ୍ୟ ଦୁଇ ଜଣ ଋଷ ନାଗରିକ

 ଭୁବନେଶ୍ୱର, ୨୮/୧୨/୨୦୨୨-  ରାୟଗଡ଼ାରେ ଋଷିୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲାରେ ଭୁବନେଶ୍ୱର କ୍ରାଇମବ୍ରାଞ୍ଚରେ ଅନ୍ୟ ଦୁଇ ଜଣ ଋଷ ନାଗରିକ ହାଜର ହୋଇଛନ୍ତି । ଏମାନଙ୍କ ସହିତ ଟୁରିଷ୍ଟ ଗାଇଡ ଜିତେନ୍ଦ୍ର ସିଂ ମଧ୍ୟ ହାଜର ହୋଇଛନ୍ତି । ୠଷ ପର୍ଯ୍ୟଟକ ପାୱେଲ ଆନ୍ଥେମ୍ ମୃତ୍ୟୁ ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ଆତ୍ମହତ୍ୟା କରିଥିବା ସନ୍ଦେହରେ ରାୟଗଡ଼ା ପୋଲିସ ତଦନ୍ତ କରୁଛି । ତଦନ୍ତରେ କ୍ରାଇମବ୍ରାଞ୍ଚ ସହଯୋଗ କରିବ ବୋଲି ଜଣା ପଡ଼ିଥିଲା ।

ଯେଉଁ ହୋଟେଲରେ ମୃତ୍ୟୁ ହୋଇଛି ଦକ୍ଷିଣ ପଶ୍ଚିମାଞ୍ଚଳ DIG ରାଜେଶ ପଣ୍ଡିତ ସେହି ହୋଟେଲରେ ଯାଞ୍ଚ କରିଛନ୍ତି । ରାୟଗଡ଼ା SP ବିବେକାନନ୍ଦ ଶର୍ମା ମଧ୍ୟ ଯାଞ୍ଚରେ ସାମିଲ ହୋଇଥିଲେ । ତଦନ୍ତ ଜାରି ରହିଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରା ଯାଇଥିଲା । ସେହିପରି ପୋଷ୍ଟମର୍ଟମ ସମୟର ଭିଡିଓ ରେକର୍ଡିଂ କରାଯାଇଥିଲା ।

୪ ଜଣ ଋଷ ପର୍ଯ୍ୟଟକ ଓଡ଼ିଶାକୁ ଆସିଥିଲେ ଏବଂ ଦୁଇ ଜଣଙ୍କର ହଠାତ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com