ଓଡ଼ିଶା

ପଞ୍ଚାୟତ ନିର୍ବାଚନ : ସ୍ୱାଭିମାନ ଅଞ୍ଚଳରେ ସ୍ଥିତି ସମୀକ୍ଷା କଲେ ଡିଜିପି

ମାଲକାନଗିରି () ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଲିସ ମହାନିର୍ଦେଶକ ସୁନୀଲ ବଂଶଲ ଶୁକ୍ରବାର ସ୍ୱାଭିମାନ ଅଂଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି। ସେ ହେଲିକପ୍ଟର ଯୋଗେ ସ୍ୱାଭିମାନ ଅଞ୍ଚଳର  ହନ୍ତାଳଗୁଡ଼ା ବିଏସଏଫ କ୍ୟାମ୍ପ ପରିଦର୍ଶନ କରି ବରିଷ୍ଠ ପୋଲିସ ଅଧିକାରୀ ଓ ବି.ଏସ.ଏଫ ଅଧିକାରୀଙ୍କ ସହ ଆଗାମୀ ନିର୍ବାଚନର ପ୍ରସ୍ତୁତି ନେଇ ଆଲୋଚନା କରିଥିଲେ। ଏଥିସହ ମାଓବାଦୀଙ୍କ ସ୍ଥିତି ଓ ଦମନ ନେଇ ଆଲେଚନା କରିଥିଲେ। ଏହାପରେ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରି ପୋଷାକ ବଣ୍ଟନ କରିଥିଲେ । ପରେ ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ଆଗାମୀ ପଞ୍ଚାୟତ ନିର୍ବାଚନର ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଏଥିରେ ଏସଏପିର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ ମନୋଜ ଛାବ୍ରା, ଗୋଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ, ଆଇ.ଜି ଅପରେସନ ଅମିତାଭ ଠାକୁର, ଏସଆଇଡବ୍ଲ୍ୟୁ ଡିଆଇଜି ଅନିରୁଦ୍ଧ ସିଂହ, ଦକ୍ଷିଣ-ପଶ୍ଚିମାଂଚଳ ଡିଆଇଜି ରାଜେଶ ପଣ୍ଡିତ, ଜିଲ୍ଲାପାଳ ବିଶାଲ ସିଂହ, ଏସପି ନିତେଶ ୱାଧୱାନୀ ଓ ବରିଷ୍ଠ ବିଏସଏଫ ଆଇଜି ବୁଧକୋଟି , ଦକ୍ଷିଣାଞ୍ଚଳ ଆଇଜି  ସତ୍ୟବ୍ରତ ଭୋଇ, ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ଏସପି ମାନେଯୋଗ ଦେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com