ଅନ୍ୟାନ୍ୟ

ଆଖି ପିଛୁଳାକେ ମାଟିରେ ମିଶିଗଲା ବିଶାଳକାୟ ଟ୍ୱିନ୍ ଟାୱାର

ନୋଏଡା; ୨୮/୦୮ ମାଟିରେ ମିଶିଛି ନୋଏଡା ସେକ୍ଟରରେ ଥିବା ବିଶାଳକାୟ ଟ୍ୱିନ୍ ଟାୱାର । ୩୭୦୦ କିଲୋଗ୍ରାମ ବିସ୍ଫୋଟକ ବ୍ୟବହାର କରି ଏହି ଟାୱାରକୁ ଧ୍ୱଂସ କରିଛି ନୋଏଡା ପ୍ରଶାସନ । ଏହି ଟାୱାରକୁ ଧ୍ୱଂସ କରିବାକୁ ୧୭.୫୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି  । ଏହି ଅର୍ଥ ଟାୱାର ନିର୍ମାଣକାରୀ ସଂସ୍ଥା ସୁପରଟେକ୍ ଠାରୁ ଆଦାୟ କରାଯିବ ବୋଲି ଜଣାପଡ଼ିଛି । ଏହି ଦୁଇଟି ଟାୱାର ମଧ୍ୟରେ ୯୫୦ଟି ଫ୍ଲାଟ ଥିବା ବେଳେ ଏହାକୁ ନିର୍ମାଣ କରିବାକୁ ସୁପରଟେକ୍ କମ୍ପାନୀ ୨୦୦ ରୁ ୩୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ପ୍ରାଥମିକ ସୂଚନା ଅନୁସାରେ ଟ୍ୱିନ ଟାୱାର ଭଙ୍ଗାଯିବା ପରେ ସେଠାରେ ୫୫ ହଜାରରୁ ୮୦ ହଜାର ଟନ୍ ପର୍ଯ୍ୟନ୍ତ ଅଳିଆ ବାହାରିଛି ଛି ଏହାକୁ ସ୍ଥାନାନ୍ତର କିରବାକୁ ପ୍ରଶାସନକୁ ସର୍ବନିମ୍ନ ୩ ମାସ ଲାଗିବ । ଏହି ବିସ୍ଫୋରଣ ବେଳେ କଂକ୍ରିଟରୁ ଯେଉଁ ଧୂଳି ଉଡିଛି ତାହା ଦ୍ୱାରା ସ୍ଥାନୀୟ ଅଂଚଳଳରେ ବାୟୁ ପ୍ରଦୂଷଣ ହୋଇଛି । ଏଥିରୁ ରକ୍ଷା ପାଇବାକୁ ନୋଇଡା ପ୍ରାଧିକରଣ ଦ୍ୱାରା ଅନେକ ବ୍ୟବସ୍ଥା କରାଯାଉଛି । ୧୫ ଟି ଆଣ୍ଟି ସ୍ମଗ ଗନ, ୬ ମେକାନିକଲ ସ୍ୱିପିଂ ମେସିନ ଓ ୨୦୦ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ହଠାତ ଅଳିଆ ଉଠାଇବାକୁ ୨୦ ଟି ଟ୍ରାକ୍ଟର ମଧ୍ୟ ନିୟୋଜିତ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com