ଅନ୍ୟାନ୍ୟ

ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ଦେହାନ୍ତ

ମୁମ୍ୱାଇ ;  ୪।୯  ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ଦେହାନ୍ତ ହୋଇଛି । ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ଏହି ସଡକ ଦୁର୍ଘଟଣା ମୁମ୍ବାଇ ନିକଟ ପାଲଘରରେ ଘଟିଛି । ଦୁର୍ଘଟଣା ପରେ ମିସ୍ତ୍ରୀଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ସାଇରସ୍ ମିସ୍ତ୍ରୀଙ୍କ କାର ରୋଡ୍ ଡିଭାଇଡର୍ ସହିତ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ପାଲଘରର ଚୋରାଟି ଅଞ୍ଚଳରେ ଘଟିଛି । ମର୍ସିଡିଜ୍ କାର୍ ଡିଭାଇଡରକୁ ଧକ୍କା ଦେଇଥିଲା । କୁହାଯାଉଛି ଯେ, ଜଣେ ମହିଳା ଗାଡି ଚଳାଉଥିଲେ ଏବଂ କାରରେ ଚାରି ଜଣ ଲୋକ ଥିଲେ । ମୁମ୍ବାଇ-ଅହମ୍ମଦାବାଦ ରାଜପଥରେ ଥିବା ସୂର୍ଯ୍ୟ ନଦୀ ଉପରେ ଥିବା ବ୍ରିଜ ଉପରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ରାତି ପ୍ରାୟ ୩.୩୦ ସମୟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର ସମ୍ପର୍କରେ ଏପର୍ଯ୍ୟନ୍ତ ତମାମ ସୂଚନା ମିଳିପାରି ନାହିଁ । ଘଟଣାର ସମ୍ପୂର୍ଣ୍ଣ ବିବରଣୀ କେବଳ ସରକାରୀ ବିବୃତ୍ତି ପରେ ଜଣା ପଡିବ ।  ମୁମ୍ବାଇ-ଅହମ୍ମଦାବାଦ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ସାଇରସ୍ ମିସ୍ତ୍ରୀ ଜଣେ କରୋଡପତି ପରିବାରରୁ ଜନ୍ମ ହୋଇଥିବା ବେଳେ ସେ ଦେଶର ଜଣେ ଜଣାଶୁଣା ବ୍ୟବସାୟୀ ତଥା ଶିଳ୍ପପତି ଥିଲେ । ସେ ଟାଟା ଗ୍ରୁପ୍ ମୁଖ୍ୟ ରତନ ଟାଟାଙ୍କ ସମ୍ପର୍କୀୟ ମଧ୍ୟ ।

Related Articles

Back to top button
WP Twitter Auto Publish Powered By : XYZScripts.com