ସିମ୍ ବନ୍ଦ ହୋଇଯିବ କହି ଆପ୍ ଡାଉନ୍ଲୋଡ କରାଇଲେ, ୪ ଲକ୍ଷ ଲୁଟିଲେ, ସାଇବର ଠକକୁ ଧରିଲା ପୋଲିସ୍
କଟକ() କଟକ ସାଇବର ଥାନାକୁ ମିଳିଛି ସଫଳତା । ସାଧାରଣ ଲୋକ ମାନଙ୍କୁ ଫୋନ କରି ସାଇବର ଠକେଇ କରୁଥିବା ଜଣେ ସାଇବର ଠକକୁ ଗିରଫ କରିଛି ସାଇବର ଥାନା ପୋଲିସ ।ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ହେଲେ ବାଲେଶ୍ବରର ଦିପକ ଦାସ । ଗିରଫ ଅଭିଯୁକ୍ତଙ୍କ ଠାରୁ ଏକ ଲକ୍ଷ୍ୟ ଟଙ୍କା, ୧୧ଟି ମୋବାଇଲ ଫୋନ, ୧୦୦ ରୁ ଉର୍ଦ୍ଧ୍ବ ବିଭିନ୍ନ କମ୍ପାନୀର ସିମ୍ କର୍ଡ଼ ଜବତ କରିଛି ସାଇବର ଥାନା ପୋଲିସ । ଅଭିଯୁକ୍ତ ଜଣଙ୍କ ରାଜ୍ୟ ତଥା ରାଜ୍ୟ ବାହାରେ ସାଇବର ଠକେଇ କରୁଥିବା ଜଣା ପିଡିଛି ।
ଅଭିଯୁକ୍ତ ଜଣଙ୍କ ଗତ ୨୮ ତାରିଖରେ କଟକର ଜଣେ ବ୍ୟକ୍ତିଙ୍କୁ ଫୋନ କରି ତାଙ୍କ ସିମ୍ ବନ୍ଦ ହୋଇଯିବ ବୋଲି କହି ଦୁଇଟି ଆପ ଡାଉନଲୋଡ କରିବାକୁ କହିଥିଲେ । ବ୍ୟକ୍ତି ଜଣଙ୍କ ସେହି ଆପ ଦୁଇଟି ଆକ୍ଟିଭ କରିବା ପରେ ତାଙ୍କ ଆକାଉଣ୍ଟରୁ ୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ଗାଏବ ହୋଇଯାଇଥିଲା ।
ତେବେ ବ୍ୟକ୍ତି ଜଣଙ୍କ ସାଇବର ଠକାମିର ଶିକାର ହୋଇଥିବା ଜାଣିବା ପରେ କଟକ ସାଇବର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ସାଇବର ଥାନା ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି ।