ଓଡ଼ିଶା

ଭାଲୁ ଆକ୍ରମଣରେ ୩ ଆହତ

କେନ୍ଦୁଝର: ପାଟଣା ରେଞ୍ଜ ସାହାରପଡା ସେକ୍ସନ ମାଛଗଡ଼ ବିଟ୍ ଅଞ୍ଚଳରେ ଭାଲୁ ଆତଙ୍କ । ଭାଲୁ ଆକ୍ରଣମରେ ୩ ଜଣ ଗୁରୁତର ହୋଇ ପ୍ରଥମେ କରଞ୍ଜିଆ ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ହେଲେ ବାଉଁଶନାଳି ଗ୍ରାମର ନୀଳକଣ୍ଠ ମହାନ୍ତ, କମାରମରା ଗ୍ରାମର ଶେଖର ମହାନ୍ତ ଓ କାଳିଆଦୁମାର ମାଜୁରା ମୁଣ୍ଡା । ଏବେ ଗାଁ ନିକଟରେ ଭାଲୁ ବୁଲୁଥିବାରୁ ଅଞ୍ଚଳ ବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ଭାଲୁକୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com