ଓଡ଼ିଶା

ଭୂକମ୍ପରେ ଥରିଲା ଜମ୍ମୁ କଶ୍ମୀର ଓ ଲଦ୍ଦାଖ : ଝଟକାର ତୀବ୍ରତା ୪.୩ ରହିଥିଲା !

ନୂଆଦିଲ୍ଲୀ : ଆଜି ସକାଳୁ ଜମ୍ମୁ କଶ୍ମୀର ଓ ଲଦ୍ଦାଖର ଲେହ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ଝଟକାର ତୀବ୍ରତା ୪.୩ ରହିଥିବା ବେଳେ ସକାଳ ପାଖାପାଖି ୭.୩୦ରେ ଏହା ଦେଖିବାକୁ ମିଳିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଉଲଚୀରୁ ୧୮୬ କିମି ଉତ୍ତର ଅର୍ଥାତ ଚୀନ ବୋଲି ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ପକ୍ଷରୁ କୁହାଯାଇଛି ।
ଭୂକମ୍ପର ଝଟକା ଅନୁଭୂତ ହେବା ପରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ । ତେବେ ଭୂକମ୍ପର ପ୍ରକୋପ ସେତେଟା ଅଧିକ ନଥିଲା । ଏଥିରେ କାହାର ମୃତ୍ୟୁ ଘଟିନଥିବା ଜଣାପଡ଼ିଛି । ଏହାପୂର୍ବରୁ ସୋମ-ମଙ୍ଗଳବାର ରାତି ପ୍ରାୟ ୨.୫୨ ସମୟରେ ଆଣ୍ଡାମାନ ନିକୋବରର ଦିଗଲିପୁରରେ ଭୂକମ୍ପର ଝଟକା ଦେଖିବାକୁ ମିଳିଥିଲା । ଏହି ଝଟକାର ତୀବ୍ରତା ୪.୪ ରହିଥିବା ବେଳେ ତା’ର ଉତ୍ପତ୍ତିସ୍ଥଳ ଦିଗଲିପୁରଠାରୁ ୧୪୭ କିମି ଉତ୍ତରରେ ବୋଲି କୁହାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com