ଓଡ଼ିଶା

ଢିଙ୍କିଆ ଲାଠିଚାର୍ଜ ମାମଲା: ଷ୍ଟାଟସ୍ ରିପୋର୍ଟ ଦେଲେ ସରକାର

ଭୁବନେଶ୍ବର() ଇକୋର୍ଟରେ ଢିଙ୍କିଆ ସଂପର୍କୀତ ମାମଲାର ଶୁଣାଣି । ଦାୟର ୩ଟି ମାମଲାରେ ସରକାରଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇଛି । ଆଇନଜୀବୀଙ୍କ ପକ୍ଷରୁ ଦାୟର ମାମଲାରେ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି । ଜଗତସିଂହପୁର ଜିଲ୍ଲାପାଳଙ୍କ ପକ୍ଷରୁ ମଧ୍ୟ ଷ୍ଟାଟସ୍ ରିପୋର୍ଟ ଦାଖଲ । ସେପଟେ ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୬ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।

ଜମି ଅଧିଗ୍ରହଣକୁ ନେଇ ଢିଙ୍କିଆରେ ପୋଲିସର ଲାଠି ମାଡ ଘଟଣାରେ ହାଇକୋର୍ଟରେ ୨ଟି ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଜେଏସଡବ୍ଲୁ ପକଳ୍ପକୁ ନେଇ ପ୍ରଶାସନ ପାନବରଜ ଭାଙ୍ଗିବା ବେଳେ ଉତ୍ତେଜନା ଦେଖାଦେଇଥିଲା । ପାନବରଜ ଭାଙ୍ଗିବାକୁ ବିରୋଧ କରିଥିଲେ ଗ୍ରାମବାସୀ । ଏହି ସମୟରେ ଗ୍ରାମବାସୀଙ୍କୁ ହଟାଇବାକୁଯାଇ ପୋଲିସ ଲାଠି ଚାର୍ଜ କରିଥିଲା, ପୋଲିସର ଲାଠି ମାଡ଼ରେ ଅନେକ ଗ୍ରାମବାସୀ ଆହତ ମଧ୍ୟ ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com