ଓଡ଼ିଶା

ସମ୍ପର୍କରେ ଲାଗିଲା ରକ୍ତ ଛିଟା, ମାଆକୁ କାଠ ଫାଳିଆରେ ପିଟି ପିଟି ମାରିଲା ପୁଅ

ଫୁଲବାଣୀ: ବିଧବା ମାଆକୁ ନିର୍ମମ ଭାବେ ହତ୍ୟା କଲା ପୁଅ । ଶୁକ୍ରବାର ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଫୁଲବାଣି ଟାଉନ ଥାନା ଅନ୍ତର୍ଗତ ବିଡ଼ଙ୍ଗୀ ସାହିରେ ।

୬୦ ବର୍ଷର ବୃଦ୍ଧା ମା କସ୍ତୁରୀ କହଁରକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛି ପୁଅ ଜିତେନ୍ଦ୍ର କହଁର । କୌଣସି କାରଣକୁ ନେଇ ମା ସହ ପୁଅର ଯୁକ୍ତିତର୍କ ହୋଇଥିଲା । ଆଉ ପୁଅ ଜିତେନ୍ଦ୍ର ହଟାତ କ୍ରୋଧାନ୍ୱିତ ହୋଇ ପାଖରେ ଥିବା ଏକ କାଠ ଫାଳିଆରେ ମୁଣ୍ଡକୁ ମାରିଦେବା ଫଳରେ ଗୁରୁତର ହୋଇ ପଡ଼ିଥିଲେ କସ୍ତୁରୀ ।

ତାଙ୍କୁ ତୁରନ୍ତ ଫୁଲବାଣି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏ ନେଇ ଫୁଲବାଣୀ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି । ହତ୍ୟାକାରୀ ପୁଅ ଜିତେନ୍ଦ୍ର କୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ହତ୍ୟାର କାରଣ ଜଣା ପଡିନି ଏଯାଏଁ ।

Related Articles

Back to top button
WP Twitter Auto Publish Powered By : XYZScripts.com