ଓଡ଼ିଶା

ଓଦା ଲୁଗା ଶୁଖାଉଥିବା ବେଳେ ଲାଗିଲା ବିଦ୍ୟୁତ୍‌ କରେଣ୍ଟ୍‌, ଚାଲିଗଲା ମହିଳାଙ୍କ ଜୀବନ

ଢେଙ୍କାନାଳ: ଛାତ ଉପରେ ଯାଇଥିବା ବିଦ୍ୟୁତ ତାର ଯୋଗୁଁ ଜଣେ ମହିଳାଙ୍କ ପ୍ରାଣହାନୀ ଘଟିଛି । ଓଦା ଲୁଗା ଶୁଖାଉଥିବା ବେଳେ ତାରରେ ଲାଗିଯିବାରୁ ବିଦ୍ୟୁତ୍ କରେଣ୍ଟ୍‌ ଲାଗିଥିଲା । ଫଳରେ ମହିଳାଙ୍କ ମୃତ୍ୟୁ ଘଟିଛି । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନଢ଼ଣପୁର ଗ୍ରାମରେ ଏପରି ଅଘଟଣ ଘଟିଛି । ମୃତକ ହେଲେ  ନଢଣପୁରର ଗ୍ରାମର ପ୍ରହଲ୍ଲାଦ ନାୟକଙ୍କ ପତ୍ନୀ ବେବିନା ନାୟକ ।

ବେବିନା ଛାତ ଉପରେ ଓଦା ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ତାରରେ ଲାଗିଯାଇଥିଲା । ବିଦ୍ୟୁତ ସକ୍‌ ଲାଗି ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ବାଟରେ ତାଙ୍କର ମୃତ୍ୟୁ ଘଟି ସାରିଥିବା ଜଣାପଡିଛି । ତେବେ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com