ଜାତୀୟମନୋରଞ୍ଜନ

ରଣବୀରଙ୍କୁ ବେବି କହି ଆଲିଙ୍ଗନ କଲେ ଆଲିଆ, ଏୟାରପୋର୍ଟରେ ଦେଖିବାକୁ ମିଳିଲା ରିଅଲ୍‌ ଲଭ ସିନ୍‌

ମୁମ୍ବାଇ: ନିକଟରେ ଆଲିଆ ଭଟ୍ଟ ଗର୍ଭବତୀ ଥିବା ଘୋଷଣା କରିଥିଲେ। ଏହା ପରେ ତାଙ୍କ ଫ୍ୟାନ୍ସ ଉତ୍ସାହିତ ହୋଇପଡିଥିଲେ। ଗର୍ଭବତୀ ଥାଇ ବି ସେ ଆଲିଆ ତାଙ୍କ ହଲିଉଡ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ୍’ର ସୁଟିଂ ଶେଷ କରି ବିଳମ୍ବିତ ରାତିରେ ଲଣ୍ଡନରୁ ମୁମ୍ବାଇ ଫେରିଥିଲେ। ଏଭଳି ପରିସ୍ଥିତିରେ ଅଭିନେତା ରଣବୀର କପୁର ତାଙ୍କ ପତ୍ନୀଙ୍କୁ ନେବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ। ଏହି ସମୟରେ ରଣବୀର ଆଲିଆଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା। ଏହି ସମୟରେ ରଣବୀର ଆଲିଆଙ୍କ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 

View this post on Instagram

 

A post shared by Viral Bhayani (@viralbhayani)

ରଣବୀର କପୁରଙ୍କୁ ଦେଖିବା ପରେ ଆଲିଆ ଭଟ୍ଟ ବହୁତ ଉତ୍ସାହିତ ହୋଇଥିଲେ। ଆଲିଆ ରଣବୀର କପୁରଙ୍କୁ ଦେଖିବା ମାତ୍ରେ ସେ ‘ବେବି’ ଚିତ୍କାର କରି ଦୌଡିକି କାର ଭିତରକୁ ଚାଲି ଯାଇଥିଲେ। ତା’ପରେ ରଣବୀର କପୁର ଆଲିଆଙ୍କୁ ଦେଖି ପରେ ପରସ୍ପରକୁ ଆଲିଙ୍ଗନ କରିଥିଲେ ଏହି ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୁହିଁଙ୍କ ଫ୍ୟାନ୍ସ ଏହି ଭିଡିଓକୁ ବାରମ୍ବାର ଦେଖିବାକୁ ପସନ୍ଦ କରୁଛନ୍ତି।

 

View this post on Instagram

 

A post shared by Viral Bhayani (@viralbhayani)

ସାକ୍ଷାତକାରରେ ରଣବୀର କପୁର କହିଛନ୍ତି, “ଏଥର ମୋ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ମୁଁ ମୋ ଜୀବନରେ ବହୁତ ଖୁସି। ଆଲିଆ ଏବଂ ମୁଁ ବିବାହିତ, ଏବଂ ଗର୍ଭଧାରଣ ବିଷୟରେ ଆମକୁ କହିବା ଠିକ୍ ଲାଗିଲା, କାରଣ ଆମେ ଆମର ଖୁସିକୁ ସମଗ୍ର ବିଶ୍ୱ ବାଣ୍ଟିବାକୁ ଚାହୁଁଛୁ।

Related Articles

Back to top button
WP Twitter Auto Publish Powered By : XYZScripts.com