ସ୍ୱାସ୍ଥ୍ୟ

୭୮ ଥର କରୋନା ପଜିଟିଭ୍‌ ହେଲେ ବ୍ୟକ୍ତି, ବର୍ଷେ ହେବ ଅଛନ୍ତି ହସ୍ପିଟାଲ୍‌ରେ

ନୂଆଦିଲ୍ଲୀ () ସମଗ୍ର ବିଶ୍ୱରେ କରୋନା ମହାମାରୀକୁ ନେଇ ଚିନ୍ତାଜନକ ପରିସ୍ଥିତି। ମହାମାରୀ କବଳରେ ଆସି ଲକ୍ଷାଧିକ ଲୋକଙ୍କ ପ୍ରାଣ ମଧ୍ୟ ଯାଇଛି। ଏଥିସହ ପ୍ରତ୍ୟେକ ଦିନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସଂକ୍ରମିତ ଥିବା ବ୍ୟକ୍ତି ସୁସ୍ଥ ମଧ୍ୟ ହେଉଛନ୍ତି। ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏକାଧିକ ଥର ସଂକ୍ରମିତ ହୋଇଛନ୍ତି।  କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯେ, ଥରେ କିମ୍ବା ଦୁଇ ଥର ନୁହେଁ ୭୮ ଥର କରୋନା ପଜିଟିଭ୍‌ ହୋଇଛନ୍ତି। ଏହି ବ୍ୟକ୍ତି ଜଣଙ୍କ ହେଲେ ତୁର୍କୀର ମୁଜାଫର କାୟାସାନ୍। ମୁଜାଫର୍‌ ବର୍ଷେ ହେବ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଛନ୍ତି।
ଏପର୍ଯ୍ୟନ୍ତ ବ୍ୟକ୍ତି ଜଣଙ୍କ କରୋନା ଭ୍ୟାକସିନ୍‌ ମଧ୍ୟ ନେଇ ନାହାନ୍ତି। ୫୬ ବର୍ଷୀୟ ମୁଜାଫର ଗତ ବର୍ଷ ନଭେମ୍ବର ୨୦୨୦ରେ କରୋନା ସଂକ୍ରମିତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇଯାଉଥିଲେ। କିନ୍ତୁ ରିପୋର୍ଟ ପଜିଟିଭ୍‌ ରହୁଥିଲା।
ଏବେ ବି ମୁଜାଫର ହସ୍ପିଟାଲ୍‌ରେ ରହି ଚିକିତ୍ସିତ ହେଉଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com