Featuredଓଡ଼ିଶାଶିକ୍ଷା

ନିଯୁକ୍ତି ପାଇବେ ୪ ହଜାର ନିୟମିତ କମ୍ପ୍ୟୁଟର ଶିକ୍ଷକ

ନିକଟରେ ରାଜ୍ୟରେ ୭୫୪୦ଟି ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ପ୍ରକାଶ ପାଇବ ଆଉ ଏକ ବିଜ୍ଞପ୍ତି । ତୃତୀୟ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସମାପ୍ତ ହେବା ପରେ ରାଜ୍ୟର ହାଇସ୍କୁଲଗୁଡ଼ିକରେ ଶିକ୍ଷକ ପଦ ଖାଲି ରହିବ ନାହିଁ । ଶିକ୍ଷକମାନେ କେବଳ ପାଠ ପଢ଼ାଇବେ, ସେମାନଙ୍କୁ ଅନ୍ୟ କାର୍ଯ୍ୟରେ ନିୟୋଜିତ କରାଯିବ ନାହିଁ ବୋଲି ରାଜ୍ୟ ସରକାର ଯୋଜନା କରିଥିବା ଜଣାପଡ଼ିଛି । ତେବେ ଖୁବଶୀଘ୍ର ୨୨୫୯ଟି ଅଣଶିକ୍ଷକ କର୍ମଚାରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଏଥିସହିତ ୪ ହଜାର ନିୟମିତ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ପାଇବେ । ରୂପାନ୍ତରିତ ସ୍କୁଲମାନଙ୍କରେ ଏହି ଶିକ୍ଷକମାନେ ନିଯୁକ୍ତି ପାଇବେ । ଓଏସଏସସି କିମ୍ବା ଓଏସଏସଏସସି ଦ୍ୱାରା ଏହି ଚୟନ ପ୍ରକ୍ରିୟା କରାଯିବ । ରାଜ୍ୟ ସରକାର ୫ଟି ରୂପାନ୍ତରଣ ମାଧ୍ୟମରେ ଗୋଟିଏ ପଟେ ଶିକ୍ଷାର ଭିତ୍ତିଭୂମିକୁ ପ୍ରଭାବଶାଳୀ କରାଉଥିବା ବେଳେ ଅନ୍ୟପଟେ ଶିକ୍ଷକ ଓ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com