ଓଡ଼ିଶା
ଅସଲି ଦୋକାନରେ ଚାଲିଥିଲା ନକଲି କାରବାର୍, ଖବର ପାଇ ଚଢାଉ କଲା ଅବକାରୀ ବିଭାଗ

ଚଣ୍ଡିଖୋଲ() ଅସଲି ଦୋକାନରେ ଚାଲିଥିଲା ନକଲି ମଦ ପ୍ରସ୍ତୁତ । ଖବର ପାଇ ଚଢାଉ କଲା ଅବକାରୀ ବିଭାଗ । ଏହି ଚଢାଉରେ ଲକ୍ଷାଧିକ ଟଙ୍କାର ମଦ ଜବତ ହୋଇଛି । ଏହାସହିତ ଜଣଙ୍କୁ ଗିରଫ କରାଯାଇଛି । ଅବକରୀ ବିଭାଗ ପକ୍ଷରୁ ଉକ୍ତ ଦୋକାନକୁ ସିଲ୍ କରାଯାଇଛି ।

ଖବର ଅନୁଯାୟୀ, ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ବାଲୁକୁଦା ବଜାରର ଏକ ମଦ ଦୋକାନରେ ଦୀର୍ଘ ଦିନ ଧରି ନକଲି ମଦ ପ୍ରସ୍ତୁତ କରାଯାଇ ଅସଲି ବ୍ରାଣ୍ଡ ପକାଇ ବିକ୍ରି କରାଯାଉଥିଲା । ଏସଂପର୍କରେ ଖବର ପାଇ ଅବକାରୀ ବିଭାଗର ଏସ୍ପିଙ୍କ ନେତୃତ୍ୱରେ ଉକ୍ତ ମଦ ଦୋକାନରେ ପ୍ଲାଇଙ୍ଗ ସ୍ୱାର୍ଡ ପକ୍ଷରୁ ଚଢାଉ ହୋଇଥିଲା ।




