କ୍ରୀଡ଼ା

ICCର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଆସନ୍ତା ବର୍ଷ ଜାନୁଆରୀରେ ଆୟୋଜିତ ହେବ ପ୍ରଥମ ମହିଳା U-19 ବିଶ୍ୱକପ୍

ନୂଆଦିଲ୍ଲୀ : ପୂର୍ବରୁ କେବଳ ପୁରୁଷ କ୍ରିକେଟରେ ଅଣ୍ଡର-୧୯ ବିଶ୍ୱକପର ଆୟୋଜନ କରାଯାଉଥିଲା । ତେବେ ଏଣିକି ମହିଳା ଅଣ୍ଡର-୧୯ ବିଶ୍ୱକପ ଆୟୋଜିତ ହେବ । ଆସନ୍ତା ବର୍ଷ ଜାନୁଆରୀରେ ପ୍ରଥମ ମହିଳା ଅଣ୍ଡର-୧୯ ୱାର୍ଲ୍ଡ କପ୍ ଖେଳାଯିବ । ଟି-୨୦ ଫର୍ମାଟରେ ଏହା ଖେଳାଯିବା ନେଇ ସୂଚନା ଦେଇଛନ୍ତି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ସିଇଓ ଜ୍ୟୋଫ୍ ଆଲାର୍ଡିସ ।
ପୂର୍ବରୁ ଆଇସିସି ମହିଳା କିକେଟ କ୍ଷେତ୍ରରେ କେବଳ ୫୦ ଓଭର ଓ ଟି-୨୦ ବିଶ୍ୱକପର ଆୟୋଜନ କରୁଥିଲା । ଗତ ୨୦୨୧ରେ ମହିଳା ଅଣ୍ଡର-୧୯ ବିଶ୍ୱକପ ବାଂଲାଦେଶରେ ଅନୁଷ୍ଠିତ ହେବାର ଥିଲା । ମାତ୍ର କୌଣସି କାରଣରୁ ତାହାକୁ ଟାଳି ଦିଆଯାଇଥିଲା । ମହିଳା ଟି-୨୦ ବିଶ୍ୱକପ ଆସନ୍ତାବର୍ଷ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବ । ଏହି ଇଭେଣ୍ଟ ସମାପ୍ତ ହେବା ପରେ ମହିଳା ଅଣ୍ଡର-୧୯ ବିଶ୍ୱକପ ଖେଳାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com