ଅନ୍ତର୍ଜାତୀୟଜାତୀୟ

ଆସନ୍ତାକାଲି ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଅନାସ୍ଥା ଭୋଟ୍‌, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି ଇମ୍ରାନ

କିନ୍ତୁ ଗୁରୁବାର ଦେଶବାସୀଙ୍କୁ ସମ୍ବୋଧନ କରିବା ସମୟରେ ଇମ୍ରାନ ଖାନ ଆମେରିକା ପରିବର୍ତ୍ତେ କେବଳ ଏକ ବିଦେଶୀ ଶକ୍ତି ତାଙ୍କ ସରକାରଙ୍କୁ ହଟାଇବାକୁ ଚାହୁଁଛି ବୋଲି କହିଥିଲେ । ଏପରିକି ପାକିସ୍ତାନର ବିରୋଧୀ ଦଳ ସେହି ବିଦେଶୀ ଶକ୍ତି ସହ ଯୋଗାଯୋଗରେ ଅଛି ବୋଲି ଇମ୍ରାନ ସଂଗୀନ ଅଭିଯୋଗ କରିଥିଲେ । ପାକ୍ ସଂସଦରେ ତାଙ୍କ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିଲେ ମଧ୍ୟ ଇସ୍ତଫା ଦେବାକୁ ମନା କରିଥିଲେ ଇମ୍ରାନ । ସେପଟେ ଇସ୍ତଫା ଦେବା ପାଇଁ ଇମ୍ରାନଙ୍କ ଉପରେ ସେନାର ଚାପ ଜାରି ରହିଥିବା କୁହାଯାଉଛି ।

Related Articles

Back to top button