ଜାତୀୟ

ମଦ ପିଇ ଚଳନ୍ତା ଗାଡ଼ି ଉପରେ ନାଚ, କାର୍‌ ମାଲିକ ନାଁରେ କଟିଲା ୨୦ ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ() ଗଜିଆବାଦ୍‌ ଟ୍ରାଫିକ୍‌ ପୁଲିସ୍‌ ‌ଜଣେ କାର୍‌ ମାଲିକ ଉପରେ ୨୦ ହଜାର ଟଙ୍କାର ଚାଲାଣ କାଟିଛି। ଗାଜିଆବାଦ୍‌ ଯୁବକ ଚଳନ୍ତା କାର୍‌ ଉପରେ ନାଚୁଥିବା ବେଳର ଏକ ଭିଡିଓ ଭାଇରାଲ୍‌ ହେବା ପରେ ପୁଲିସ୍‌ ଚାଲାଣ କାଟିଥିବା ଜାଣିବାକୁ ମିଳିଛି।

ଟ୍ବିଟର୍‌ରେ ସେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଦୁଇ ଜଣ ଯୁବକ ମଦ୍ୟପାନ କରି କାର୍‌ ଉପରେ ନାଚୁଛନ୍ତି। ସେ ଦୁହେଁ ଚଳନ୍ତା କାର୍‌ ଉପରେ ନାଚୁଥିବା ବେଳେ ତଳେ ଛିଡ଼ା ହୋଇ ଅନ୍ୟ ୨ ଜଣ ତାହାକୁ ରେକର୍ଡିଂ କରୁଥିବା ବି ଦେଖିବାକୁ ମିଳିଛି।

ପ୍ରଶାନ୍ତ କୁମାର ନାମକ ଜଣେ ଟ୍ବିଟରିୟାନ୍‌ ଭିଡିଓଟିକୁ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ସେୟାର କରି ଲେଖିଛନ୍ତି, ‘ଗଜିଆବାଦ୍‌ରେ କିଛି ଯୁବକ ଦିଲ୍ଲୀ-ମିରଟ ଏକ୍ସପ୍ରେସ୍‌ୱେରେ ମଦ୍ୟପାନ କରି  କାର୍‌ର ଛାତ ଉପରେ ନାଚୁଥିବା ଦେଖିବାକୁ ମିଳିଛି। ଆଶା କରୁଛି ଗଜିଆବାଦ୍‌ ପୁଲିସ୍‌ ସେମାନଙ୍କୁ ନେଇ ଲକ୍‌-ଅପ୍‌ ଭିତରେ ନାଚିବାକୁ ଖୁବ୍ ଶୀଘ୍ର ସୁଯୋଗ ଦେବ।’

କାର୍‌ ମାଲିକ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିବାରୁ ଗଜିଆବାଦ୍‌ ପୁଲିସ୍‌ ସେହି କାର୍‌ ମାଲିକଙ୍କ ନାମରେ ୨୦ ହଜାର ଟଙ୍କାର ଜରିମାନା ଲଗାଇଛି। ଗାଜିଆବାଦ୍‌ ପୁଲିସ୍‌ କାଟିଥିବା ଚାଲାଣକୁ ଟ୍ବିଟ୍‌ କରିଥିବା ଦେଖିବାକୁ ମିଳିଛି।

Related Articles

Back to top button