ଓଡ଼ିଶା

ଆନ୍ତର୍ଜାତିକ ମହିଳା ଦିବସରେ ସମ୍ବର୍ଦ୍ଧିତ ହେଲେ ଶ୍ୟାମାମଣି, ସରୋଜିନୀ ଓ ସୁଜାତା

ଭୁବନେଶ୍ୱର() ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପିପୁଲ୍ସ ଫୋରମ’ ଓ ସହଯୋଗୀ ଅନୁଷ୍ଠାନ ‘ଅନ୍ନପୂର୍ଣ୍ଣା ଫାଇନାନ୍ସ’ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ସଙ୍ଗୀତଜ୍ଞ ଡକ୍ଟର ଶ୍ୟାମାମଣୀ ଦେବୀ, ପ୍ରଖ୍ୟାତ ସାହିତ୍ୟିକା ସରୋଜିନୀ ସାହୁ ଓ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଭୁବନେଶ୍ୱରର ପାତ୍ରପଡ଼ା ସ୍ଥିତି ହୋଟେଲ ତାଜ-ବିବାନ୍ତରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ପ୍ରତ୍ୟେକ ବର୍ଷ ଆନ୍ତର୍ଜାତିକ ମହିଳା ଦିବସରେ ଅବସରରେ ଏହି ଦୁଇ ଅନୁଷ୍ଠାନ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ପିପିଲ୍ସ ଫୋରମ ମାନସିକ ସ୍ୱାସ୍ଥ୍ୟ, ନିଶାମୁକ୍ତି ତଥା ନାରୀ ସଶକ୍ତିକରଣ ଉପରେ କାର୍ଯ୍ୟ କରୁଥିବା ବେଳେ ଅନ୍ନପୂର୍ଣ୍ଣା ଫାଇନାନ୍ସ ପକ୍ଷରୁ ଦେଶର ପ୍ରାୟ ୨୦ ଲକ୍ଷ ମହିଳାଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିଆସୁଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉକ୍ରଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସବିତା ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ମୁଖ୍ୟ ଦୀପ୍ତି ମିଶ୍ର ଯୋଗଦେଇଥିଲେ । ଅନ୍ନପୂର୍ଣ୍ଣ ଫାଇନାନ୍ସର ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ପଟ୍ଟନାୟକ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ ।

ଏହି ଅବସରରେ ‘ନାରୀ ତୁ ଅନ୍ନପୂର୍ଣ୍ଣା’ ନାମକ ଏକ ସାକ୍ଷାତକାର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିବା ବେଳେ ମହିଳାଙ୍କ ଜୀବନରେ ଉପରେ ଆଧାରିତ ଇଂରାଜୀ ପୁସ୍ତକ ‘ଅଗ୍ନିକା’ ଉନ୍ମୋଚିତ ହୋଇଥିଲା । ଅନ୍ୟମାନଙ୍କରେ ଜାତୀୟସ୍ତରୀୟ ଖ୍ୟାତିସମ୍ପନ୍ନ ଗାୟିକା କଶ୍ୟପ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପଦ୍ମଜା ମିଶ୍ର, ଭାରତୀୟ ସେନାର ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋନାଲି ରଥ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଚିକିତ୍ସା, ପୋଲିସ, ନୃତ୍ୟ, ଶିକ୍ଷା ଓ ରାଜ୍ୟର କାଳାକାର ଜଗତର ଅନେକ ସଫଳ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com