ଓଡ଼ିଶା

ବନ ଉନ୍ନୟନ କର୍ମଚାରୀଙ୍କଠୁ ୧୨ ଲକ୍ଷ ଲୁଟ

ରାଉରକେଲା()  ଉଦିତନଗର  ରିଙ୍ଗ ରୋଡ଼ ଛକ ନିକଟରୁ ଆଜି ଦିନ ଦ୍ବିପ୍ରହରେ ୧୨ ଲକ୍ଷ ଟଙ୍କା ଲୁଟ ହୋଇଛି । ରାଉରକେଲା ବନ ଉନ୍ନୟନ ନିଗମ  କର୍ମଚାରୀ ଦାଶରଥି ଷଣ୍ଢ ଉଦିତନଗର କାନାଡ଼ା ବ୍ୟାଙ୍କରୁ ଠିକାଦାରଙ୍କ ପେମେଣ୍ଟ ଲାଗି ଟଙ୍କା ଉଠାଇ ଯାଉଥିବା ବେଳେ ଏହି ଘଟଣା ଘଟିଛି । ଟଙ୍କା ଉଠାଇଲା ପରେ ଦାଶରଥି ତାଙ୍କ ଆକ୍ଟିଭା ଡିକିରେ ଟଙ୍କା ରଖି ଯାଉଥିଲେ । ଏହି ସମୟରେ ରିଙ୍ଗରୋଡ଼ ଛକ ନିକଟରେ ଦୁଇଜଣ ଦୁର୍ବୃତ୍ତ ବାଇକ ରେ ଆସି ତାଙ୍କ ଟଙ୍କା ପକେଟରୁ ପଡ଼ି ଯାଇଛି ବୋଲି ଦାଶରଥିଙ୍କୁ କହିଥିଲେ। ଦାଶରଥି ଗାଡି ରଖି ଟଙ୍କା ଗୋଟାଉଥିବା ବେଳେ ଦୁର୍ବୃତ୍ତ ମାନେ ଡିକି ଭାଙ୍ଗି ସବୁ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ବାସ୍ତବରେ ଯୋଜନା ଅନୁଯାୟୀ ଦୁର୍ବୃତ୍ତ ମାନେ କିଛି ଟଙ୍କା ପକାଇ ଦେଇ ଲୁଟ କରିବାରେ ସଫଳ ହୋଇଥିଲେ। ଉଦିତନଗର ଥାନା ପୋଲିସ ଲୁଟ ଘଟଣାର ତଦନ୍ତ କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com