ଓଡ଼ିଶା

ବାଇକ୍‌ ଉପରେ ମାଡ଼ିଗଲା ଭ୍ୟାନ୍, ବାପ ଓ ଦୁଇ ଝିଅ ମୃତ

ଭଞ୍ଜନଗର() ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଦନପୁରରେ  ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଉପରେ ଭ୍ୟାନ୍ ମାଡ଼ିଯିବାରୁ  ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ  ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତିମାନେ ସମ୍ପର୍କରେ ବାପ ଓ ଦୁଇ  ଝିଅ ହୋଇଥିବା ଜଣାଯାଇଛି। ନାତିକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବାପା ବାଇକ୍‌ରେ ଦୁଇ ଝିଅ ଓ ନାତିକୁ ଧରି ମୁନିଗାଡ଼ିରୁ ଗାଙ୍ଗପୁର ଅଭିମୁଖେ ଯାଉଥିଲେ। ଏହି ସମୟରେ ଇନ୍ଦନପୁର ନିକଟରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।  ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com