ଜାତୀୟରାଜନୀତି

କିଛିଦିନ ତଳେ ଯୋଗୀଙ୍କୁ ଧମକ ଦେଇଥିଲେ ସପା ବିଧାୟକ; ଆଜି ତାଙ୍କ ପେଟ୍ରୋଲ ପମ୍ପ ଭାଙ୍ଗିଲା ବୁଲ୍‌ଡୋଜର୍

ବରେଲୀ() ଉତ୍ତର ପ୍ରଦେଶରେ ପୁଣିଥରେ ବିଜେପି ସରକାର ଆସିବା ପରେ ଯୋଗୀଙ୍କ ବୁଲ୍‌ଡୋଜର ଘାଇଁ ଘାଇଁ ଚାଲୁଛି। ରାଜ୍ୟରେ ଯେତିକି ବେଆଇନ୍‌ କବ୍ଜା ହୋଇଛି ସବୁ ଉପରେ ବୁଲ୍‌ଡୋଜର ଚଢ଼ାଇ ସଫା କରିଦେଉଛନ୍ତି ବୁଲ୍‌ଡୋଜର ବାବା। ଏବେ ସମାଜାବାଦୀ ପାର୍ଟି ନେତାଙ୍କର ପେଟ୍ରୋଲ୍ ପମ୍ପ ଉପରେ ବି ମାଡ଼ିଛି ବାବାଙ୍କ ବୁଲ୍‌ଡୋଜର।

ଉତ୍ତର ପ୍ରଦେଶ ବରେଲୀ ଟାଉନ୍‌ରେ ଥିବା ସମାଜବାଦୀ ପାର୍ଟି ବିଧାୟକ ଶାଜିଲ ଇସ୍‌ଲାମ ଅନ୍‌ସାରୀଙ୍କ ପେଟ୍ରୋଲ ପମ୍ପକୁ ଗୁରୁବାର ବୁଲ୍‌ଡୋଜର ଚଢ଼ାଇ ଭାଙ୍ଗି ଦିଆଯାଇଛି। କିଛିଦିନ ତଳେ ସପା ବିଧାୟକ ଶାଜିଲ ଯୋଗୀ ଆଦିତ୍ୟ ନାଥଙ୍କ ଉପରେ ବିବାଦୀୟ ବୟାନ ଦେଇଥିଲେ। ଆଉ ଆଜି ତାଙ୍କ ପେଟ୍ରୋଲ ପମ୍ପକୁ ଭାଙ୍ଗିଛି ବୁଲ୍‌ଡୋଜର। ଦିଲ୍ଲୀ-ରାମପୁର ହାଇୱେର ଥିବା ଏହି ପେଟ୍ରୋଲ ପମ୍ପଟି ବିନା ସରକାରୀ ଡିୟୁ କ୍ଲିୟରାନ୍ସରେ କରାଯାଇଥିଲା। ଏଣୁ ଏହାକୁ ବେଆଇନ ମନେ କରି ଭାଙ୍ଗିଦିଆଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସପ୍ତାହକ ପୂର୍ବରୁ ଶାଜିଲ ଇସ୍ଲାମ ଯୋଗୀ ଆଦିତ୍ୟ ନାଥଙ୍କୁ ଧମକ ଦେଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ବରେଲିର ଦଳୀୟ କର୍ମୀଙ୍କୁ ସମ୍ବୋଧନ କଲାବେଳେ ବିଧାୟକ କହିଥିଲେ “ଯଦି ଯୋଗୀ ଆମେ ବିରୋଧରେ କିଛି କହନ୍ତି, ତେବେ ଆମ ବନ୍ଧୁକରୁ କେବଳ ଧୂଆଁ ବାହାରିବନି ଖାଲି ଗୁଳି ଚାଲିବ।”

ବିଧାୟକଙ୍କର ଏପରି ବୟାନ ପରେ ଶାଜିଲ ଇସ୍ଲାମ ଓ ଦଳର କିଛି ଅନ୍ୟ ନେତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଉତ୍ତଜେନା ମୂଳକ ଭାଷଣ ଅଭିଯୋଗରେ ଥାନାରେ ମାମଲା ହୋଇଥିଲା। ଏମାନଙ୍କ ବିରୋଧରେ ଧାରା ୫୦୪(ଶାନ୍ତି ଭଙ୍ଗ), ୫୦୬(ଧମକ) ଏବଂ ୧୫୨ଏ (ଦଙ୍ଗା ସୃଷ୍ଟି କରିବା ଉଦ୍ଦେଶ୍ୟରେ ହିଂସାତ୍ମକ ଭାଷଣ ଦେବା)।

ଏହାପରେ ଭୋଜିପୁରାରୁ ବିଧାୟକ ଥିବା ଶାଜିଲଙ୍କୁ ମାମଲା ସମ୍ପର୍କରେ ପଚାରଉଚରା କରାଯାଇଥିଲା। ହେଲେ ବିଧାୟକ ଭାଇରାଲ ଭିଡିଓକୁ ଏଡିଟ୍ କରି ଭୁଲ ଦେଖାଯାଇଛି ବୋଲି କହିଥିଲେ।

Related Articles

Back to top button