ନୂଆଦିଲ୍ଲୀ() ଇସଲାମର ତୃତୀୟ ସବୁଠୁ ପବିତ୍ର ସ୍ଥାନ ଜେରୁଜେଲମର ଅଲ-ଅକ୍ସା ମସଜିଦରେ ରମଜାନ ବେଳେ ଅଘଟଣ । ପ୍ରାର୍ଥନା ବେଳେ ଏଠାରେ ଇସ୍ରାଏଲ ସୈନ୍ୟ ଓ ପାଲେଷ୍ଟାଇନ୍ ନାଗରିକ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୬୭ ଜଣ ଆହତ ହୋଇଥିବା ସୂଚନା ମିଳିଛି ।
ଇସ୍ରାଏଲ ଅଲ-ଅକ୍ସା ମସଜିଦକୁ ନିଜର ବୋଲି ଦାବି କରିଥାଏ । ଏଥିରେ ପାଲେଷ୍ଟାଇନ୍ ନାଗରିକଙ୍କ ପ୍ରବେଶ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । କିନ୍ତୁ ରମଜାନରେ ଏହି ପ୍ରତିବନ୍ଧକ ହଟାଯାଇଥିଲା । ଶୁକ୍ରବାର ସକାଳେ ନମାଜ ପାଠ ବେଳେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ ।
ଖବର ସରବରାହ ସଂସ୍ଥା ଏପି ନ୍ୟୁଜ୍ ଅନୁସାରେ, ଇସ୍ରାଏଲ ପୋଲିସ ଓ ସୈନ୍ୟ ଶୁକ୍ରବାର ସକାଲେ ମସଜିଦରେ ପ୍ରବେଶ କରିଥିଲେ । କିନ୍ତୁ ସେଠାରେ କୌଣସି କାରଣରୁ ପାଲେଷ୍ଟାଇନ୍ ନାଗରିକଙ୍କ ସହ ସେମାନଙ୍କ ବଚସା ଓ ପରେ ହିଂସାକାଣ୍ଡ ହୋଇଥିଲା । ଉତ୍ତ୍ୟକ୍ତଙ୍କୁ ରୋକିବାକୁ ସେନା ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା ।
ସୂଚନାଯୋଗ୍ୟ, ଅଲ-ଅକସା ମସଜିଦ ମୁସଲମାନଙ୍କ ବ୍ୟତୀତ ୟୁହୁଦି ଓ ଇଶାଇଙ୍କର ମଧ୍ୟ ପବିତ୍ରସ୍ଥଳୀ ଭାବେ ବିବେଚନା କରାଯାଏ । ୟୁହୁଦିଙ୍କ ପାଇଁ ଏହା ସବୁଠୁ ବଡ ପବିତ୍ର ସ୍ଥଳ ଅଟେ । କିନ୍ତୁ ଦଶନ୍ଧି ଦଶନ୍ଧି ଧରି ଏହା ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ସଙ୍ଘର୍ଷର କେନ୍ଦ୍ର ରହି ଆସିଛି ।