ଓଡ଼ିଶା
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୦ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର() ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ସଂକ୍ରମଣ ହଠାତ୍ ଉଦ୍ଧ୍ୱର୍ମୁଖୀ ହେବାରେ ଲାଗିଥିଲା । ମାତ୍ର ଫେବୃଆରୀ ମାସ ଆରମ୍ଭରୁ ପୁଣି ଥରେ ସଂକ୍ରମଣ କମିବାରେ ଲାଗିଥିଲା । ଏହାପରେ ଚଳିତ ମାର୍ଚ୍ଚ ଓ ଏପ୍ରିଲ ମାସରେ ମଧ୍ୟ ଧୀରେଧୀରେ ଦୈନିକ ପଜିଟିଭ୍ ଓ ମୃତ୍ୟୁ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି ।
ଆଜି ୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୭ ଓ ସ୍ଥାନୀୟ ଅଞ୍ଚଳରୁ ୩ ଜଣ ଚିହ୍ନଟ ହୋଇଛନ୍ତି । ଆଜି ୧୮ ବର୍ଷରୁ କମ୍ ବୟସର ୨ ଜଣ ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୯୨୨ରେ ପହଞ୍ଚିଛି ।
ସେହିପରି ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ଲକ୍ଷ ୭୮ ହଜାର ୬୪୧ ରହିଥିବା ବେଳେ ୧୦୫ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ସମ୍ବଲପୁରର ଜିଲ୍ଲାରୁ ସର୍ବାଧିକ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 16th April
New Positive Cases: 10
Of which 0-18 years: 2
In quarantine: 7
Local contacts: 3(Details of local contacts will be shared by concerned District)
1. Balangir: 1
2. Kendrapada: 3
3. Khurda: 2
4. Sambalpur: 4— I & PR Department, Odisha (@IPR_Odisha) April 17, 2022