ଓଡ଼ିଶା

୫ ଦିନିଆ ରିମାଣ୍ଡରେ ଠକ ଡାକ୍ତର ରମେଶ ସ୍ବାଇଁର ଅସଲି ଡାକ୍ତରାଣୀ ପତ୍ନୀ

ଭୁବନେଶ୍ୱର() ଠକ ଡାକ୍ତର ରମେଶ ସ୍ବାଇଁ ଗିରଫ ମାମଲା । ସ୍ତ୍ରୀ ଖୋଲିବେ ସ୍ୱାମୀର ଠକେଇ ଗୁମର । ପାଞ୍ଚ ଦିନିଆ ରିମାଣ୍ଡରେ ରମେଶ ସ୍ବାଇଁର ଅସଲି ଡାକ୍ତରାଣୀ ପତ୍ନୀ କମଳା ସ୍ବାଇଁ । ବିଭିନ୍ନ ଦିଗକୁ ନେଇ ତାଙ୍କୁ ଝାଳ ବୁହା ପ୍ରଶ୍ନ କରିଛି ପିଙ୍କ ଟିମ୍ । ରମେଶକୁ କେବେ ଠାରୁ ବିବାହ କରିଥିଲ? ବିବାହ କରିବା ପରେ ସମ୍ପର୍କ କିପରି ଥିଲା ? ରମେଶ ଜଣେ ଅଣ୍ଡ ମ୍ୟାଟ୍ରିକ ଜାଣି ବି କେମିତି ବିବାହ କରିଥିଲେ ? ବିବାହ କଲା ପରେ କେମିତି ମିଳିମିଶି ଠକୁଥିଲେ ?  ଠକେଇ ଟଙ୍କା କେଉଁଠାରେ ଇନଭେଷ୍ଟ ହୋଇଛି ? ଠକେଇ ଟଙ୍କାରେ କ’ଣ କ’ଣ ସବୁ ସମ୍ପତ୍ତି କରିଛନ୍ତି ?  ରମେଶଙ୍କ ଏକାଧିକ ବିବାହରେ ତୁମର ଭୂମିକା କେମତି ଥିଲା ? ଏଭଳି ଅକାଧିକ ପ୍ରଶ୍ନ କରିଛି ପିଙ୍କ ଟିମ୍ । ପଲିଗ୍ରାଫ ଟେଷ୍ଟ ବେଳେ ପଚରା ଯାଇଥିବା ପ୍ରଶ୍ନକୁ ନେଇ ମଧ୍ୟ ଦ୍ବିତୀୟ ପତ୍ନୀକୁ କ୍ରସ୍ ଚେକ୍ କରିଛି ପୋଲିସ । ସେପଟେ ଆହ୍ଲାବାଦରୁ କମଳା ସ୍ବାଇଁଙ୍କ ଏକ ଦାମୀ କାର ଓ ଫିକ୍ସ ଜବତ କରିଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com