ଜାତୀୟ

ଓଜନ ହ୍ରାସ ପାଇଁ ଡାଏଟ୍‌ରେ ସାମିଲ୍‌ କରନ୍ତୁ ଗଜାମୁଗ, ମିଳିବ ଅନେକ ଫାଇଦା…

ନୂଆଦିଲ୍ଳୀ()  ସାଧାରଣତଃ ବର୍ତ୍ତମାନ ସମସ୍ତ ଫାଷ୍ଟଫୁଡ୍‌ କାଇବାକୁ ବହୁତ ପ୍ରିୟ । ଏହି ସବୁ ଖାଦ୍ୟ ଖାଇବା ସହ ଓଜନ ବୃଦ୍ଦି ହେଉଛି । ଏଥିପାଇଁ ପ୍ରାୟ ସବୁ ବର୍ଗର ବ୍ୟକ୍ତିମାନେ ଜିମ୍‌ ଯାଉଛନ୍ତି । ହେଲେ ବର୍ତ୍ତମାନ ଏହାକୁ ଘରୋଇ ଉପାୟରେ ମଧ୍ୟ ଓଜନ ହ୍ରାସ କରି ପାରିବା । ଓଜନ କମାଇବା ପାଇଁ ଗଜାଯୁକ୍ତ ଖାଦ୍ୟ ବା ଗଜା ମୁଗ ବହୁତ ଲାଭଦାୟକ ହୋଇଥାଏ । ଗଜାଯୁକ୍ତ ଖାଦ୍ୟ ବା ଅଙ୍କୁରିତ ଶସ୍ୟରେ ମାତ୍ରାଧିକ ପ୍ରୋଟିନ ରହିଥାଏ । ଏହାକୁ ଖାଇବା ଦ୍ୱାରା ଆପଣଙ୍କୁ ବେଶୀ ସମୟ ଯାଏ ଭୋକ ଲାଗି ନଥାଏ । ଫଳରେ ଆପଣଙ୍କୁ ଆଉ କିଛି ଖାଇବାକୁ ପଡ଼ି଼ ନ ଥାଏ । ଯେଉଁଠି ପାଇଁ ଆପଣଙ୍କ ଓଜନ ହ୍ରାସ ହେବାର ସମ୍ଭାବନା ରହିଥିଲା । ଏଥିରେ କମ୍ କ୍ୟାଲୋରି ଓ ଅଧିକ ଫାଇବର ଥିବାରୁ ଏହା ଓଜନ କମାଇବା ସହ ସୁସ୍ଥ ରଖିଥାଏ ।

ଫାଇବର : ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଆପଣ ଗଜାମୁଗ ଖାଆନ୍ତୁ ବା ଗଜାଯୁକ୍ତ ଖାଦ୍ୟ ଖାଆନ୍ତୁ । କାରଣ ଗଜାଯୁକ୍ତ ଖାଦ୍ୟରେ ପ୍ରାୟ ୧୦୦ ଗ୍ରାମ ଫାଇବର ମିଳିଥାଏ । ସକାଳ ସମୟରେ ଗଜାମୁଗ ଖାଇବା ଦ୍ବାରା ସ୍ବାସ୍ଥ୍ୟ ପ୍ରତି ବହୁତ ହିତକାର ହୋଇଥାଏ ।

ଫ୍ୟାଟ ଓ କ୍ୟାଲୋରି : ଗଜା ମୁଗ ବା ଗଜାଯୁକ୍ତ ଖାଦ୍ୟରେ ବହୁତ କମ କ୍ୟାଲୋରି ଓ ଫ୍ୟାଟ୍‌ ତଥା ମୋଟାପଣ ଥିବାରୁ ଏହା ଓଜନ ବଢାଇବାକୁ ଦେଇ ନଥାଏ । ଏଥି ସହ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ଓଜନ କମାଇବା ପାଇଁ ଖାଦ୍ୟରେ କ୍ୟାଲୋରି କମ ହେବା ଦରକାର । ଯାହାକି ଗଜା ମୁଗ ରେ ରହିଛି । ତେଣୁ ଯେଉଁ ଖାଦ୍ୟ ଖାଉଛନ୍ତି ସେଥିରେ କମ୍‌ କ୍ୟାଲୋରି ହେବ ଦରକାର ।

ପ୍ରୋଟିନ : ଗଜାଯୁକ୍ତ ଖାଦ୍ୟରେ ପ୍ରୋଟିନର ମାତ୍ରା ଭଲ ରହିଥାଏ । ଯାହା ଓଜନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଗଜା ମୁଗ ପ୍ରତି ର ଭଲ ସ୍ରୋତ ହୋଇଥାଏ |

Related Articles

Back to top button
WP Twitter Auto Publish Powered By : XYZScripts.com