ଅନ୍ୟାନ୍ୟ

ବଢ଼ିଲା ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଅଡୁଆ

ବଢ଼ିଲା ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଅଡୁଆ । ରଦ୍ଦ ହୋଇପାରେ ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ୍ ଲିମିଟେଡର ଲାଇସେନ୍ସ । ତଦନ୍ତ ଆରମ୍ଭ କରିଛି ରାଜ୍ୟ ଅବକାରୀ ବିଭାଗ । ଲାଇସେନ୍ସ ଓ ଚୁକ୍ତିନାମା ଠିକ ଭାବରେ ପାଳନ ହୋଇଛି କି ନାହିଁ । ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି ଅବକାରୀ ବିଭାଗ ।

ସେପଟେ ଆୟକର ବିଭାଗ ଧୀରଜ ସାହୁଙ୍କ ବିଭିନ୍ନ ଠିକଣାରେ ରେଡ୍ କରି ୩୫୩ କୋଟି ଟଙ୍କା ଜବତ କରିବା ପରେ ତାଙ୍କ ଘରେ ପଞ୍ଝା ମାରିଛି । ଧୀରଜ ସାହୁଙ୍କର ରାଞ୍ଚି ଲୋହରଦଗା ଘରେ ଆହୁରି ବଡ଼ ଭଣ୍ଡାର ଥିବା ଆଶଙ୍କା କରି ରେଡ୍ କରିଛି ୧୨ ଜଣିଆ ଟିମ୍ । ମାଟି ତଳେ ଗୁପ୍ତଧନ କିମ୍ବା ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି । ଏଥିପାଇଁ ଜିଓ ପୋର୍ଟେବଲ୍ ସର୍ଭେଲାନ୍ସ ଜ୍ଞାନ କୌଶଳ ବ୍ୟବହାର କରି ଯାଞ୍ଚ କରିଛି ଆୟକର ବିଭାଗ ।

ଏହି ଜ୍ଞାନକୌଶଳରେ ମାଟିର ୨୦ ଫୁଟ ଭିତରେ କିଛି ଧାତୁ ଥିଲେ ଠାବ କରିଥାଏ। ଯାଞ୍ଚ ଜୋରଦାର ଚାଲିଥିବା ବେଳେ ଧୀରଜ ସାହୁ ଓ ତାଙ୍କ କମ୍ପାନୀର ଅନ୍ୟ ନିର୍ଦ୍ଦେଶକଙ୍କୁ ଆୟକର ବିଭାଗ ନୋଟିସ୍ କରିଥିବା ସୂଚନା ମିଳିଛି । ସେହିପରି ଖୁବଶୀଘ୍ର ମାମଲାରେ ଏଣ୍ଟ୍ରି ମାରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । PMLA ଆକ୍ଟରେ ମନି ଲଣ୍ଡରିଂ ଦିଗରେ ତଦନ୍ତ କରିବ ଇଡି ।

Related Articles

Back to top button
WP Twitter Auto Publish Powered By : XYZScripts.com