ଓଡ଼ିଶା

ପାନୀୟ ଜଳ ସମସ୍ୟା ନେଇ ବିଜେପିର ପ୍ରତିବାଦ, ପିଏଚଡି ଅଫିସ ଘେରାଉ

ସମ୍ୱଲପୁର() ସମ୍ବଲପୁର ଜନସ୍ୱାସ୍ଥ୍ୟ ବିଭାଗ ଅଫିସ ଘେରାଉ କଲା ବିଜେପି । ସମ୍ବଲପୁରରେ ପାନୀୟ ଜଳ ସମସ୍ୟା ନେଇ ବିଜେପି ଏହି ଘେରାଉ କରିଛି । ଖରାଦିନ ଚାଲିଥିବାବେଳେ ସମ୍ବଲପୁର ସହରର ବିଭିନ୍ନ ଓ୍ୱାର୍ଡରେ ପାଣି ଯୋଗାଣାରେ ବିଫଳ ହେଇଛି ପିଏଚଡି ।

ଫଳରେ ବାରମ୍ବାର ଲିଖିତ ଅଭିଯୋଗ କଲେ ସୁଦ୍ଧା ଏନେଇ ସମସ୍ୟାର ସମାଧାନ ହେଉନି । ଫଳରେ ବିଜେପି ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛି । ଦୀର୍ଘ ସମୟ ଧରି ଗେଟ୍ ବାହାରେ ପୋଲିସ ଅଟକାଇ ରଖିବାରୁ ଅଫିସ ପରିସରକୁ ଧସେଇ ପଶିଥିଲେ ବିଜେପି କର୍ମୀ ।

ତେବେ ବିଜେପି କର୍ମୀଙ୍କ ସହ ବିଭିନ୍ନ ବସ୍ତିରୁ ଆସିଥିବା ମହିଳାମାନେ ଅଫିସ ବାହାରେ ବସି ରହିଥିଲେ । ତେବେ ଅଧିକାରୀ ଆସିବା ପରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ କରିଥିଲେ ବିଜେପି କର୍ମୀ । ପ୍ରତିଶୃତି ପାଇବା ପରେ କର୍ମୀମାନେ ଆନ୍ଦୋଳନରୁ ଓହ୍ଲାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com