ଓଡ଼ିଶା

ଯୁବ ବ୍ୟବସାୟୀଙ୍କୁ ହତ୍ୟା ପ୍ରତିବାଦରେ ଅଶାନ୍ତ ହଂସପୁର, ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡ ଦାବି, ରାସ୍ତାରୋକ ବେଳେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ଖଲ୍ଲିକୋଟ() ଅଶାନ୍ତ ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧିନ ହଂସପୁର ଗ୍ରାମ । ସିମେଂଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡାଙ୍କ ହତ୍ୟା ଘଟଣା ପ୍ରତିବାଦରେ ତାତିଛନ୍ତି ଗ୍ରାମବାସୀ । ହତ୍ୟାକୁ ତିନି ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ଏଯାବତ କାହାରିକୁ ଗିରଫ କରିନି ପୋଲିସ । ଉଚ୍ଚିତ ନ୍ୟାୟ ନମିଳିବାରୁ କୃଷ୍ଣଙ୍କ ସହ ଆସନ୍ତା ୧୩ରେ ବିବାହ ପାଇଁ ସ୍ଥିର ହୋଇଥିବା ତାଙ୍କ ଭାବି ପତ୍ନୀ ଆରତୀ ପ୍ରଧାନ ଆଜି ସକାଳୁ ବିଷପିଇ ଆତ୍ମହତ୍ୟା କରିଛନ୍ତି ।

ବିଷପାନ କରିବା ପୂର୍ବରୁ ମହିଳା ଜଣକ ମୃତ କୃଷ୍ଣଙ୍କ ଭଣଜା ରାକେଶ କୁମାର ସାହୁଙ୍କ ଫୋନରେ ମେସେଜ ମଧ୍ୟ କରିଥିଲେ । ଯେଉଁଥିଲେ ମୁଁ ମଲା ପରେ ବୋଧେ ମାମୁଁଙ୍କୁ ଉଚ୍ଚିତ ନ୍ୟାୟ ମିଳିବ ବୋଲି ଲେଖିବା ପରେ ବିଷପାନ କରିଥିଲେ । ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ ପ୍ରଥମେ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ବ୍ରହ୍ମପୁର ପଠାଯାଇଥିଲା ।

ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଘଟଣାକୁ ତିନି ଦିନ ବିତିଯାଇଥିଲେ ସୁଦ୍ଧା ଛତ୍ରପୁର ପୁଲିସ କାହାରିକୁ ଗିରଫ କରିପାରିନଥିବାରୁ ହଂସପୁର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକହୋଇ ଗ୍ରାମର ମୁଖ୍ୟରାସ୍ତା ଉପରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ତୁରନ୍ତ କୃଷ୍ଣଙ୍କୁ ନ୍ୟାୟ ଦାବି ପ୍ରଦାନ ସହ ଏତଲା ଉଲେଖ ଥିବା ୪ଜଣକୁ ତୁରନ୍ତ ଗିରଫ ଦାବି କରାଯାଇଥିଲା ।

ସୂଚନା ଥାଉକି ଚଳିତ ମାସ ୨୨ ତାରିଖ ବିଳମ୍ବିତ ରାତ୍ରରେ ହଂସପୁର ଗ୍ରାମ ନିକଟ ଟୋଲେକେଶ୍ୱର ମନ୍ଦିର ନିକଟରେ ଗ୍ରାମର କୃଷ୍ଣଚନ୍ଦ୍ର ପରିଡା ଫୋନ ଯୋଗେ ବିବାହ ପାଇଁ ସ୍ଥିର ହୋଇଥିବା ମହିଳାଙ୍କ ସହ କଥା ହେଉଥିବା ବେଳେ ତାଙ୍କ ପଛପଟୁ ଆସି କିଛି ଲୋକ ତାଙ୍କ ମୁ ଉପରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ ।

ପରେ ଘର ଲୋକ ସମେତ ଗ୍ରାମାବସୀ ତାଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପରେ ପୋଲିସ ଆସି ଘଟଣାର ଛାନଭିନ୍ନ କରିବା ଆରମ୍ଭ କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com