ଓଡ଼ିଶା

ଫଟୋଗ୍ରାଫର ମାନସଙ୍କ ହତ୍ୟା ମାମଲା: ଭୁବନେଶ୍ୱରରୁ ମିଳିଲା ଶର୍ମିଷ୍ଠା ରାଉତଙ୍କ କାର୍

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସନ୍ଦେହ ଘେରରେ ଥିବା ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ଏବେ ବି ଫେରାର ଅଛନ୍ତି । ଏହାରି ମଧ୍ୟରେ ପୋଲିସକୁ ମିଳିଛି ଆଉ ଏକ ସଫଳତା । ଭୁବନେଶ୍ୱରରୁ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ କାରକୁ ଜବତ କରିଛି ପୋଲିସ । ସଂପୂର୍ଣ୍ଣ ୱେବ ଚ୍ୟାନେଲ ମାଲିକାଲି ଶର୍ମିଷ୍ଠା ରାଉତଙ୍କୁ କାର ଠାବ ହୋଇଥିବା ସୂଚନା ମିଳିଛି । ଏୟାରଫିଲ୍ଟ ଥାନା ସ୍କାଏ ଟାୱାରର ଆପାର୍ଟମେଣ୍ଟ ଗ୍ୟାରେଜରୁ କାରଟି ଠାବ ହୋଇଛି ।
ଅପହରଣ ପରେ ପୋଲିସର ନଜର ହଟେଇ ଗାଡ଼ି ରଖିଥିଲେ ଶର୍ମିଷ୍ଠା । ମାନସଙ୍କୁ ଅପହରଣ ପଛରେ ଏହି ଗାଡ଼ି ବ୍ୟବହାର କରିଥିବା ଅନୁମାନ କରାଯାଉଛି । ଗାଡ଼ି ଯାଞ୍ଚ ପାଇଁ ଭୁବନେଶ୍ୱର ଆସୁଛନ୍ତି ଚାନ୍ଦବାଲି ପୋଲିସର ସ୍ୱତନ୍ତ୍ର ଟିମ୍ । ତେବେ ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଏବେ ବି ଫେରାର ଅଛନ୍ତି ।
ସୂଚନା ଅନୁସାରେ, ୱେବ ପୋର୍ଟାଲ ମାଲିକାଣୀ ଜଣକ ମାନସଙ୍କୁ ଅଶ୍ଳିଳ ଫିଲ୍ମର ଶୁଟିଂ ପାଇଁ ଲଗାଇଥିବା ଜଣାପଡ଼ିଛି । କ୍ୟାମେରାମ୍ୟାନ୍ ମାନସଙ୍କ ପାଖରେ କିଛି ଭିଡିଓ କ୍ଲିପ୍ ରହିଯାଇଥିଲା । କ୍ଲିପକୁ ଫେରାଇବା ପାଇଁ ବାରମ୍ବାର ତାଗିଦ କରୁଥିଲେ ୱେବ ପୋର୍ଟାଲ ମାଲିକାଣୀ । ସୂଚନା ଅନୁସାରେ କୁଆଡ଼େ ମାନସ ସ୍ୱାଇଁ ଏହି କାମ ଛାଡ଼ି ଘରକୁ ପଳାଇ ଆସିଥିଲେ । ଏହାପରେ ଚାରି ପାଂଚ ଜଣ ଲୋକଙ୍କୁ ନେଇ ମାଲିକାଣୀ ତାଙ୍କୁ ଖୋଜାଖୋଜି କରିଥିଲେ । ଫେବ୍ରୁଆରୀ ୭ ତାରିଖରେ ଏକ ବିବାହ ଉତ୍ସବରେ ଫଟୋ ଉଠାଇବା ପାଇଁ ଭୁବନେଶ୍ୱରରୁ ଚାନ୍ଦବାଲି ଯାଇଥିଲେ । ହେଲେ ଚାନ୍ଦବାଲି ନାଲଗୁଣ୍ଡାର ପଳାଶପୁର ଛକରୁ ତାଙ୍କୁ ଅପହରଣ କରି ନିଆଯାଇଥିଲା । ଭୁବନେଶ୍ୱରରେ ହତ୍ୟା କରି ରଣପୁର ଥାନା ବଧିପାଟଣା ନିକଟ ପାହାଡ ପାଖରେ ମାଟିତଳେ ପୋତି ଦେଇଥିଲେ ଅଭିଯୁକ୍ତ । ମାନସଙ୍କ ପରିବାର ଲୋକ ଅଭିଯୋଗ କରିବା ପରେ ଘଟଣାର ଛାନଭିନ କରିଥିଲା ଚାନ୍ଦବାଲି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com