ଓଡ଼ିଶା

Jhalak Dikhhla Jaa ଅଫରକୁ ମନା କଲେ କାଜୋଲ, ଜଜ୍‌ ଭାବେ ପୁଣି ନଜର ଆସିବେ ମାଧୁରୀ

ମୁମ୍ବାଇ: କଲର୍ସ ଟିଭିର ଲୋକପ୍ରିୟ ରିଆଲିଟି ଶୋ ଝଲକ ଦିଖଲା ଜା ‘ର ସିଜିନ୍‌ ୧୦ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ୫ ବର୍ଷର ବ୍ରେକ୍‌ପରେ ନିର୍ମାତାମାନେ ଏହି ସେଲିବ୍ରିଟି ଡ୍ୟାନ୍ସ ଶୋ’କୁ ପୁଣି ଥରେ ଆଣିଛନ୍ତି । ଶୋ’ର ଟେଲିକାଷ୍ଟ ସେପ୍ଟେମ୍ବରରୁ ଆରମ୍ଭ ହେବ ବୋଲି ଶୁଣିବାକୁ ମିଳିଛି। କହିବାକୁ ଗଲେ ଶୋ’ର ଶେଷ ସିଜନ୍ ୨୦୧୭ରେ ଆସିଥିଲା ​​। ତେବେ, ଶୋ’ରେ  ସବୁଠାରୁ ବଡ କଥା ହେଲା ଜଜ୍‌ ।

ଗତ କିଛି ଦିନ ହେବ, ଖବର ଆସୁଥିଲା କି କାଜୋଲ ଏହି ଶୋ’ର ଜଜ୍ ହେବେ କିନ୍ତୁ ବର୍ତ୍ତମାନ ଏହାକୁ ନେଇ ନୂଆ ଅପଡେଟ୍‌ ସାମ୍ନାକୁ ଆସିଛି କାଜୋଲ ନୁହେଁ ବରଂ ମାଧୁରୀ ଦୀକ୍ଷିତ ଏହି ସୁପରହିଟ୍ ଡ୍ୟାନ୍ସ ଶୋ’ର ଜଜ୍‌ ହେବାକୁ ଯାଉଛନ୍ତି । କିନ୍ତୁ ସବୁଠାରୁ ବଡ କଥା ମାଧୁରୀ ସୋ’କୁ ଆସୁଥିବାରୁ କାଜୋଲ ଶୋ’ର ଅଫରକୁ ମନା  କରିଛନ୍ତି କି? ହେଲେ ବର୍ତ୍ତମାନ ଏହି ବିଷୟରେ କୌଣସି ସୂଚନା ମିଳି ନାହିଁ ।

କହିବାକୁ ଗଲେ ଯେ ୨୦୧୪ ପର୍ଯ୍ୟନ୍ତ ମାଧୁରୀ ଏହି ଶୋ’ର ଜଜ୍ ଭାବେ ନଜର ଆସିଥିଲେ। କିନ୍ତୁ ପରେ ସାହିଦ କପୁର ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏହି ଦାୟିତ୍ୱ ଗ୍ରହଣ କରିଥିଲେ। ରିପୋର୍ଟ ଅନୁଯାୟୀ, ମାଧୁରୀ ସହିତ ନିର୍ମାତାଙ୍କ କିଛି ଦିନ ପୂର୍ବରୁ ଚୁକ୍ତି କରି ସାରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com