ଓଡ଼ିଶା

ରବିବାର ୧୫ ଜିଲ୍ଲାରେ ବର୍ଷା ସମ୍ଭାବନା

ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିଥିବାରୁ ମୌସୁମୀଜନିତ ଲଗାଣ ବର୍ଷା ହେଉନାହିଁ। ମୌସୁମୀଜନିତ ନିମ୍ନ ଚାପରେଖା ବର୍ତ୍ତମାନ ସମୁଦ୍ର ପତ୍ତନଠାରୁ ହିମାଳୟର ପାଦଦେଶ ଯାଏ ଲମ୍ବିଛି। ଦୁର୍ବଳ ମୌସୁମୀ ସ୍ଥିତି ଜାରି ରହୁଥିବାରୁ ବାୟୁମଣ୍ଡଳର ତାପମାତ୍ରା ବଢ଼ୁଛି, ଫଳରେ ଅପରାହ୍ନ ଆଡ଼କୁ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବିକ୍ଷିପ୍ତ ବର୍ଷା ହେଉଛି। ରବିବାର ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏସବୁ ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ଏହି ପୂର୍ବାନୁମାନ କରିଛି । ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱରର ଗୋଟିଏ ଦୁଇଟି ସ୍ଥାନରେ  ବର୍ଷା ସମ୍ଭାବନା ଅଛି ।

Related Articles

Back to top button
WP Twitter Auto Publish Powered By : XYZScripts.com