ଓଡ଼ିଶା

କଟକରେ ଆଦିବାସୀ ମେଳା

() ଆସନ୍ତା 20 ତାରିଖରୁ କଟକ ଉପର ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହେବ ଜାତୀୟ ଆଦିବାସୀ ମେଳା । ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କଟକ ସର୍କିଟ ହାଉସ ରେ ଅନୁଷ୍ଠିତ ହୋଇଯାଇଛି ।

ଏହା ମେ ମାସ 20 ତାରିଖରୁ ଆରମ୍ବ ହୋଇ ମେ ମାସ 30 ତାରିଖ ପର୍ଯ୍ୟନ୍ତ ଚାଲିବ । ମେଳାରେ ରହିବ 120 ରୁ 140 ଷ୍ଟଲ ।

11 ଜିଲ୍ଲାରୁ ଓ ଦେଶର 16 ଟି ରାଜ୍ୟରୁ ବିଭିନ୍ନ ଆଦିବାସୀ ଜନଜାତି ସମ୍ପ୍ରଦାୟର ଲୋକ ନିଜର କଳାକୃତି , ଲୋକନୃତ୍ୟ ଓ ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ କରାଯିବାର କାର୍ଯ୍ୟକ୍ରମ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com