ଜାତୀୟଭାଇରାଲ୍ ଭିଡିଓ

ନ୍ୟୁୟର୍କ ଟାଇମ୍ସ ସ୍କୋୟାର ବିଲବୋର୍ଡ଼ରେ ସ୍ଥାନ ପାଇଲେ ଧାବନୀ ଭାନୁଶାଳୀ

ମୁମ୍ବାଇ : ଭାରତର ସର୍ବକନିଷ୍ଠ ତଥା ସଫଳ ପପ୍ ଷ୍ଟାର ଧାବନୀ ଭାନୁଶାଳୀ ନିକଟରେ ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍ସ ସ୍କୋୟାର ବିଲବୋର୍ଡରେ ସ୍ଥାନ ପାଇଛନ୍ତି । ସ୍ପୋଟିଫାଏର ସମାନ ଅଭିଯାନରେ ରେକର୍ଡ ଭାଙ୍ଗିବା ପରେ ତାଙ୍କୁ ଆଟିଷ୍ଟ ଅଫ୍ ଦ ମନ୍ଥ୍‌’ ଭାବରେ ମନୋନୀତ କରାଯାଇଥିଲା । ତାଙ୍କର ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସମାନେ ଏହାକୁ ବେଶ ପସନ୍ଦ କରିବା ସହିତ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ନ୍ୟୁୟର୍କର ଟାଇମ୍ସ ସ୍କୋୟାର ହେଉଛି ବିଶ୍ୱର ସବୁଠୁ ବଡ ବ୍ୟବସାୟିକ ଛକ ଏବଂ ପର‌୍ୟ୍ୟରଟନ ସ୍ଥଳୀ । ଏହାପୂର୍ବରୁ ଧୱାନୀଙ୍କ ଶେଷ ରିଲିଜ୍ ସିଙ୍ଗଲ୍ ଦ’ଡାଇନାମାଇଟ୍’ ମଧ୍ୟ ଅନେକ ସଫଳତା ପାଇଥିଲା । ତାଙ୍କର ‘ଭାସ୍ତେ’ ପରି ଏକ ହିଟ୍ ଗୀତ ସମେତ ଚାର୍ଟବଷ୍ଟର ଗୀତର ଅଭାବ ନାହିଁ । ଏହି ମ୍ୟୁଜିକ୍ ଭିଡିଓ ଏକ ବିଲିୟନ ଭ୍ୟୁ ଅତିକ୍ରମ କରି ସର୍ବଭାରତୀୟ ସ୍ତରରେ ଟପ୍ ୧୦ ମୋଷ୍ଟ ଲାଇକ୍ ମ୍ୟୁଜିକ୍ ଭିଡିଓ ତାଲିକାରେ ଏକ ସ୍ଥାନ ସୃଷ୍ଟି କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com