ଓଡ଼ିଶା
ନୂଆ ପିସିସି ସଭାପତି ଖୁବ୍ ଶୀଘ୍ର, ଚୂଡାନ୍ତ ନିଷ୍ପତ୍ତି ନେବେ ହାଇ କମାଣ୍ଡ

ଭୁବନେଶ୍ବର() ଖୁବ୍ ଶୀଘ୍ର ରାଜ୍ୟ ନୂତନ ପିସିସି ସଭାପତିଙ୍କ ନାମ ଘୋଷଣା କରାଯିବ । ଓଡିଶା ଦାୟିତ୍ବରେ ଥିବା ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଚେଲା କୁମାରଙ୍କ ଏଭଳି ସୂଚନା ଦେବା ପରେ ଦୀର୍ଘ ତିନି ମାସ ହେଲା ଲାଗି ରହିଥିବା ରାଜନୈତିକ ଛକାପଞ୍ଝାର ଅନ୍ତ ଘଟିବାକୁ ଯାଉଛି । ତେବେ ଏନେଇ ଶେଷ ନିଷ୍ପତ୍ତି ଦଳର ହାଇ କମାଣ୍ଡ ସୋନିଆ ଗାନ୍ଧୀ ନେବେ ।

ଚେଲା କୁମାରଙ୍କ ଏଭଳି ବୟାନକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସକାରାତ୍ମକ ଢଙ୍ଗରେ ନେବା ସହ ସ୍ବାଗତ କରିଛନ୍ତି । ମଙ୍ଗଳବାର ଚେଲା କୁମାର ଦଳର ବହୁ ପୁରୁଖା ନେତାଙ୍କୁ ଭେଟି ସାଂଗଠନିକ ପରିବର୍ତ୍ତନ ଉପରେ ଆଲୋଚନା କରିଥିଲେ। ଏହି ଆଲୋଚନା କାଳରେ ବିଧାୟକ ଦଳ ନେତା ପରିବର୍ତ୍ତନ ନେଇ ମଧ୍ୟ ଆଭାସ ମିଳିଛି ।





