ଓଡ଼ିଶା

ତୃଣମୂଳସ୍ତରରୁ ପିସିସି ଯାଏ ବଦଳିବେ ନେତା,ସବୁ ବର୍ଗଙ୍କ ଠାରୁ ମତ ନେଉଛନ୍ତି ଚେଲ୍ଲା କୁମାର

ଭୁବନେଶ୍ବର () ଖୁବ୍ ଶୀଘ୍ର ରାଜ୍ୟ ନୂତନ ପିସିସି ସଭାପତିଙ୍କ ନାମ ଘୋଷଣା କରାଯିବ । ଓଡିଶା ଦାୟିତ୍ବରେ ଥିବା ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଚେଲା କୁମାରଙ୍କ ଏଭଳି ସୂଚନା ଦେବା ପରେ ଦୀର୍ଘ ତିନି ମାସ ହେଲା ଲାଗି ରହିଥିବା ରାଜନୈତିକ ଛକାପଞ୍ଝାର ଅନ୍ତ ଘଟିବାକୁ ଯାଉଛି । ତେବେ ଏନେଇ ଶେଷ ନିଷ୍ପତ୍ତି ଦଳର ହାଇ କମାଣ୍ଡ ସୋନିଆ ଗାନ୍ଧୀ ନେବେ । କେବଳ ପିସିସି ସଭାପତି ନୁହେଁ ରାଜ୍ୟ କଂଗ୍ରେସର ସଂଗଠନରେ ପିସିସି ଠାରୁ ଆରମ୍ଭ କରି ଛାମୁଆ ସଂଗଠନ ଯାଏ  ଆମୁଳ ଚୂଳ ପରିବର୍ତ୍ତନ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା ।

ଏଥି ନେଇ  କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ସମସ୍ତ କଂଗ୍ରେସ ବିଧାୟକ, ଦଳର ବରିଷ୍ଠ ନେତା ଏବଂ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରି ମତାମତ ନେଇଛନ୍ତି । ଚେଲା କୁମାରଙ୍କ ଏଭଳି ବୟାନକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସକାରାତ୍ମକ ଢଙ୍ଗରେ ନେବା ସହ ସ୍ବାଗତ କରିଛନ୍ତି ।

ଆଲୋଚନା କାଳରେ ବିଧାୟକ ଦଳ ନେତା ପରିବର୍ତ୍ତନ ନେଇ ମଧ୍ୟ ଆଭାସ ମିଳିଛି । ବର୍ତ୍ତମାନ ବିଧାୟକ ଦଳ ନେତା ଥିବା ନରସିଂହ ମିଶ୍ରଙ୍କ ବଡ ପୁଅ ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତଙ୍କ ଓକିଲ ହୋଇଥିବା ଅଭିଯୋଗ ଆସିବାରୁ ଏକ ବିବାଦୀୟ ପରିସ୍ଥିତି ଉପୁଜି ଥିଲା । ସିଧାସଳଖ ନ ହେଲେ ବି ବାପା ନରସିଂହ ମିଶ୍ର ଏନେଇ ଏକ ଅଡୁଆ ଜନକ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ଏଭଳି କି ଦଳର କିଛି ବରିଷ୍ଠ ବିଧାୟକ ଏଥି ନେଇ ଖୋଲା ମନ୍ତବ୍ୟ ଦେବା ପରେ ନରସିଂହ ନିଜ ଆଡୁ ଦଳର ବିଧାୟକ ନେତା ପଦବୀ ଛାଡୁଥିବା ଚର୍ଚ୍ଚା ଜୋର ଧରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com