ନୂଆଦିଲ୍ଳୀ() ଅଜୟ ଦେବଗନଙ୍କ ଝିଅ ନ୍ୟାସା ଦେବଗନ୍ ଗତ କିଛି ଦିନ ହେବ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ସେ ସୋସିଆଲ୍ ମିଡିଆରେ ଖୁବ୍ ଆକ୍ଟିଭ୍ ରହୁଛନ୍ତି । କିଛି ନା କିଛି ଫଟୋ ସେୟାର କରୁଛନ୍ତି ଏବଂ ତାଙ୍କର ଗ୍ଲାମରସ୍ ଅବତାର ଦେଖି ଫ୍ୟାନ୍ସମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବି-ଟାଉନ୍ରେ ପାଦ ନଦେଇ ମଧ୍ୟ ଖୁବ୍ ଲାଇମ୍ ଲାଇଟ୍କୁ ଆସୁଛନ୍ତି । ହେଲେ ବର୍ତ୍ତମାନ ଖବର ଆସୁଛି କି ଖୁବ ଶୀଘ୍ର ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଯାହାକୁ ନେଇ ବହୁତ କଳ୍ପନା ଜଳ୍ପନା ଚାଲିଛି ।
ନିକଟରେ ଅଜୟ ଦେବଗନ ତାଙ୍କ ଚଳଚିତ୍ର ‘ରନୱେ ୩୪’ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମର ପ୍ରମୋସନ ପାଇଁ ସେ ଦିଲ୍ଲୀରେ ପହଞ୍ଚିଥିଲେ। ସେହି ସମୟରେ ସେ ସାକ୍ଷାତକାରରେ ତାଙ୍କ ଝିଅ ବିଷୟରେ ବଡ ସୂଚନା ଦେଇଥିଲେ। କହିଥିଲେ କି ଏହା ଜରୁରୀ ନୁହେଁ କି ତାଙ୍କ ପିଲାମାନେ ବଲିଉଡ୍ରେ ନିଜର କ୍ୟାରିୟର ଗଢନ୍ତୁ । ଏହା ମଧ୍ୟ କହିଛନ୍ତି କି ସେ କେବେ ପିଲାମାନଙ୍କୁ ଇଣ୍ଡଷ୍ଟ୍ରିରେ କାମ କରିବାକୁ କହିନାହାନ୍ତି । ବରଂ ତାଙ୍କ ପିଲାମାନେ ଯେଉଁଥିରେ ଚାହିଁବେ କାମ କରିବାକୁ ସେ ସବୁଥିରେ ତାଙ୍କୁ ସହଯୋଗ କରିବେ ।
ଆଗରୁ ଅଜୟ ଝିଅ ନ୍ୟାସାକୁ ନେଇ ଏକ ସାକ୍ଷାତକାରରେ କହିଥିଲେ କି ନ୍ୟାସା ବଲିଉଡ୍ ପ୍ରତି ଆଗ୍ରହ ନାହିଁ । ହେଲେ ଆଗକୁ ଯଦି ତାଙ୍କ ମନ ପରିବର୍ତ୍ତନ ହେବ ତାହାଲେ ଆମକୁ ଜଣା ନାହିଁ । କିନ୍ତୁ ବର୍ତ୍ତମାନ ସେ ଫିଲ୍ମରେ କାମ କରିବାକୁ ପ୍ରସ୍ତୁତ ନାହାନ୍ତି । ପୂର୍ବରୁ ନ୍ୟାସା ସିଙ୍ଗାପୁରରେ ପଢୁଥିଲେ। ବର୍ତ୍ତମାନ ସ୍ବିଜରଲ୍ୟାଣ୍ଡରେ ଅନ୍ତର୍ଜାତୀୟ ହସ୍ପିଟାଲିଟି ଉପରେ ପାଠ ପଢୁଛନ୍ତି । ନ୍ୟାସା ବଲିଉଡ୍ରେ ଡେବ୍ୟୁ କରୁଛନ୍ତି କି ନାହିଁ ତାହା ଆଗାମୀ ଦିନରେ ଜଣା ପଡିବ।