ଓଡ଼ିଶା

ଜାତୀୟ ରାଜପଥ ଦୁର୍ଘଟଣା: ଦଶ ଚକିଆ ପଛରେ ପିଟିହେଲା ଟ୍ରଲର, ଡ୍ରାଇଭର ଗୁୁରୁତର

ଭୁବନ() ଜାତୀୟ ରାଜପଥ ୫୩ରେ ଘଟିଛି ଦୁର୍ଘଟଣା । ରାସ୍ତା କଡରେ ଛିଡା ହୋଇଥିବା କୋଇଲା ବୋଝେଇ ଦଶ ଚକିଆ ଟ୍ରକ ପଛରେ ପିଟିହେଲା ମାର୍ବଲ ଟାଇଲ ବୋଝେଇ ଟ୍ରଲର । ଗୁରୁତର ଟ୍ରଲର ଡ୍ରାଇଭରଙ୍କୁ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତୀ କରାଯାଇଛି ।

ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଯମୁନାକୋଟ ଛକ ନିକଟରେ । ସୁଚନାନୁଯାଇ ଜୟପୁରରୁ ଯାଜପୁରକୁ ମାର୍ବଲ ଟାଇଲ ବୋଝେଇ ଟ୍ରଲର ଆସୁଥିଲା । ତେବେ ଯମୁନାକୋଟ ଛକ ନିକଟରେ ଭାରସାମ୍ୟ ହରାଇ ଟ୍ରଲରଟି ରାସ୍ତା କଡରେ ଛିଡା ହୋଇଥିବା କୋଇଲା ବୋଝେଇ ଟ୍ରକ ପଛରେ ଧକା ଦେଇଥିଲା ।

ତେବେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଟ୍ରଲର ଡ୍ରାଇଭରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଭୁବନ ଡାକ୍ତରଖାନାକୁ ପଠାଇଥିଲେ । ତେବେ ଗୁରୁତର ଟ୍ରଲର ଡ୍ରାଇଭର ଜଣକ ରାଜସ୍ଥାନ ବାରମର ଗ୍ରାମର ଗଣପତ ସିଂ ବୋଲି ଜଣାପଡିଛି । ତେବେ ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com