ଓଡ଼ିଶା

ଗିନିଜ୍ ବୁକ୍‌ରେ କେନ୍ଦୁଝର ରଥ, ନନ୍ଦିିଘୋଷ ରଥକୁ ମିଳିଛି ବିଶ୍ୱର ସର୍ବବୃହତ ରଥର ମାନ୍ୟତା

କେନ୍ଦୁଝର() ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡସରେ ସ୍ଥାନ ପାଇଛି କେନ୍ଦୁଝରର ରଥ। କେନ୍ଦୁଝରର କାଠରେ ନିର୍ମିତ ରଥ ବିଶ୍ୱର ସବୁଠାରୁ ଉଚ୍ଚ ରଥର ମାନ୍ୟତା ଲାଭ କରିଛି। ଏକ ସ୍ୱତନ୍ତ୍ର ସମାରୋହରେ ଜିଲ୍ଲାପାଳ ଆଶିଷ ଠାକରେ ଏହି ସୂଚନା ଦେଇଛନ୍ତି। କେନ୍ଦୁଝରର କାଠ ନିର୍ମିତ ନନ୍ଦିଘୋଷ ରଥର ଉଚ୍ଚତା ୭୨ ଫୁଟ୍‌ ରହିଥିବା ବେଳେ ଏଥିରେ ୧୬ଟି ଚକ ରହିଛି ।

ରଥଯାତ୍ରାରେ ତିନି ଠାକୁର ଗୋଟିଏ ରଥରେ ଯାତ୍ରା କରିଥାନ୍ତି। ବିଭିନ୍ନ ପର୍ଯ୍ୟାୟରେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡସ ଅଧିକାରୀ ଯାଞ୍ଚ କରିବା ପରେ ଏହାକୁ ଗିନିଜ୍ ରେକର୍ଡରେ ସ୍ଥାନ ଦିଆଯାଇଛି । କେନ୍ଦୁଝର ବଳଦେବଜିଉ ମନ୍ଦିରର ମୁଖ୍ୟ ଦେବତା ପ୍ରଭୁ ବଳଭଦ୍ର ହୋଇଥିଲେ ବି ଏହି ରଥର ନାମ ନନ୍ଦିଘୋଷ ଦିଆଯାଇଛି ।

କେନ୍ଦୁଝରରେ ରଥଯାତ୍ରା ସମ୍ପୂର୍ଣ୍ଣ  ଆଦିବାସୀ ପରମ୍ପରା ଅନୁଯାୟୀ କରାଯାଏ। ରଥ ଟାଣିବାକୁ ବ୍ୟବହୃତ ହେଉଥିବା ଦଉଡିକୁ ଆଦିବାସୀ ସଂପ୍ରଦାୟର ଭୂୟାଁ ମାନେ ପ୍ରସ୍ତୁତ କରିଥାନ୍ତି। ସିଆଡି ଲତାରେ ଏହି ଦଉଡି ପ୍ରସ୍ତୁତ ହୋଇଥାଏ। ଏହି ରଥଟି ଯାତ୍ରାପରେ ଖୋଲାଯାଏ ନାହିଁ ଏହା ସେହିପରି ବଡଦାଣ୍ଡରେ ଦଣ୍ଡାୟମାନ ହୋଇଥାଏ।

Related Articles

Back to top button
WP Twitter Auto Publish Powered By : XYZScripts.com