ଓଡ଼ିଶା

ପୋଲିସ ଓ ପ୍ରେସ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌, ଦଶ ରନ୍‌ ରେ ବିଜୟୀ ପ୍ରେସ୍‌ କ୍ଲବ

ଫୁଲବାଣୀ() ଫୁଲବାଣୀ ସ୍ଥିତ ରିଜର୍ଭ ପଡିଆ ଠାରେ ରବିବାର ଜିଲ୍ଲା ପ୍ରେସ କ୍ଲବ ଓ ପୋଲିସ ଟିମ୍‌ ଙ୍କ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ୍‌ ଅନୁଷ୍ଠିତ ହୋଇଛି l ପନ୍ଦର ଓଭରରେ ଖେଳା ଯାଇଥିଲା ଏହି ସଂଘର୍ଷପୁର୍ଣ୍ଣ ମ୍ୟାଚରେ ବାଜି ମାରି ନେଇଛନ୍ତି ପ୍ରେସ କ୍ଲବ ଟିମ୍‌ । ଦଶ ରନ ରେ ପୋଲିସ ଟିମ୍‌ କୁ ହରାଇ ଶେଷରେ ବିଜୟୀ ହୋଇଥିଲେ ପ୍ରେସ୍ ଟିମ୍‌l

ଟସ ଜିତି ପ୍ରେସ କ୍ଲବ ଟିମ ପ୍ରଥମେ ବ୍ୟାଟିଂ କରେ। ଆଉ ୯ ଉଇକେଟ ହରାଇ ୧୬୪ରନ ସଂଗ୍ରହ କରିଥିବା ବେଳେ ପୋଲିସ ଟିମ ୮ ଉଇକେଟ ହରାଇ ସଂଗ୍ରହ କରିଥିଲେ ୧୫୪ ରନ୍‌ l

କ୍ୟାପଟେନ ଶିବ ନାୟକ ୧ ୯ ବଲ ରେ ଚାରିଟି ଚୌକା ମାଧ୍ୟମ ରେ ୨୭ ରନ ସଂଗ୍ରହ କରିଥିବା ବେଳେ ରାମ ୨୫  ବଲରେ ଦଶଟି ଚୌକା ଓ ୬ ଟି ଛକା ମାରି ୮୮ ରନ ସଂଗ୍ରହ କରିଥିଲେ। କାହ୍ନା ୮ ଟି ବଲରେ ଦୁଇଟି ଚୌକା ମାରି ୯ ରନ୍‌ କରୁଥିବାବେଳେ ବିଭୁତି ୭, ଲୋକନାଥ ୧, ଚର୍ଚି ୨, ରଞ୍ଜନ ୭, ସନ୍ତୋଷ ୪,ବିକାଶ ୫ ରନ୍‌ କରିଥିଲେ lପ୍ରେସ କ୍ଲବ ପକ୍ଷରୁ  ରାମ  ସର୍ବାଧିକ ରନ୍‌ ସଂଗ୍ରହ କରି ମ୍ୟାନ୍‌ ଅଫ ଦି ମ୍ୟାଚ ହୋଇଥିଲେ l ସେହିପରି  ବାଳକୃଷ୍ଣ  ଓ ଚର୍ଚି ୩ଟି, ରଞ୍ଜନ ୧, , ବିଭୁତି ୨  ରାମ ଓ  ରଞ୍ଜନ, ପ୍ରମୁଖ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ l

ସେହିପରି ପୋଲିସ  ଏସ ଡି ପି ଓ ମହେନ୍ଦ୍ର ନାଥ ମୁର୍ମୁଙ୍କ କ୍ୟାପଟେନସିପ ରେ ଅନୁଷ୍ଠିତ ମ୍ୟାଚରେ ପୋଲିସ୍‌ ଟିମ୍‌ ପନ୍ଦର ଓଭରରେ ୧୫୪ ରନ ସଂଗ୍ରହ କରିଥିଲେ l ସେଥିରୁ ତପନ ୭ଟା ଛକା ଓ ଦୁଇଟି ଚୌକା ସାହାଯ୍ୟରେ ୧୬ ବଲ ରେ ସର୍ବାଧିକ ୫୫ ରନ ସଂଗ୍ରହ କରିଥିଲେ l ଆର ଆଇ ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ ଛକା ଓ ୫ ଟି ଚୌକା ମାରି ୨୮ ବଲରେ ଏକଚାଳିଶ ରନ ସଂଗ୍ରହ କରି ଥିଲେ lଏସ ଡି ପି ଓ ମହେନ୍ଦ୍ର ନାଥ ମୁର୍ମୁଓ ଜୀବନ  କୌଣସି ରନ ନ କରି ଆଉଟ ହୋଇଯାଇଥିଲେ l ତେବେ ପୋଲିସ ଟିମର ଜିତୁ ୨୫, ଅନନ୍ତ ୫, ଅବନୀ ୨, ଅଭିଜିତ ୧୩ ରନ୍‌ ସଂଗ୍ରହ କରିଥିଲେ l

ଏହି ମ୍ୟାଚରେ ପ୍ରେସ କ୍ଲବ ପକ୍ଷରୁ ସଭାପତି ସୁନୀଲ ପଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା, ସଦସ୍ୟ ଜୟାସେନ ପରିଡା, ବ୍ରଜ ନାୟକ, ଶିବ ରାମ ନାୟକ, ରଂଜିତ ଦିଗଲ , ରମେଶ ପ୍ରଧାନ, ଆଦିତ୍ୟ ତ୍ରିପାଠି, ଅଜିତ ମହାରଣା, ସୂର୍ଯ୍ୟ ବେହେରା,ସଦାଶିବ ପାତ୍ର, ଅଶୋକ ମହାନ୍ତି, କାହ୍ନl ପଟନାୟକ, ବିଶ୍ୱ ରଞ୍ଜନ ସାମନ୍ତରାୟ  ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନକୁ ଉତ୍ସାହିତ କରିଥିଲେ l

Related Articles

Back to top button
WP Twitter Auto Publish Powered By : XYZScripts.com