ଓଡ଼ିଶା

ପାଖେଇଲାଣି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ଆଗେଇ ଚାଲିଛି ରଥ ନିର୍ମାଣ

ପୁରୀ: ପାଖେଇଲାଣି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଆଗେଇ ଚାଲିଛି ତିନି ରଥ ନିର୍ମାଣ । ମହାରଣା, ଭୋଇ, ରୂପକାର, କରତୀ ଓ ଓଝା ସେବାୟତ ଜାରି ରଖିଛନ୍ତି ନିର୍ମାଣ କାର୍ଯ୍ୟ । ଏ ପର୍ଯ୍ୟନ୍ତ ତିନି ରଥର ମୋଟ ୪୪ ଗୋଟି ଯୋକା ସଂଯୋଗ ସରିଥିବାବେଳେ ପ୍ରଥମ ଭୂଇଁ ନିର୍ମାଣ ଶେଷ ହୋଇ ନମ୍ବରିଙ୍ଗ ମଧ୍ୟ ସରିଛି । ରଥର ଛକାଠ ଉଠିଥିବା ବେଳେ ଖଦିଓରା ନିର୍ମାଣ ଜାରି ରହିଛି ।

ସେପଟେ ଅଣସର ପିଣ୍ଡିରେ ଶ୍ରୀଜିଉ । ସ୍ନାନ ପରେ ଜ୍ୱରରେ ପୀଡିତ ଅଛନ୍ତି ମହାପ୍ରଭୁ । ଦଇତାପତି ସେବାୟତ କରୁଛନ୍ତି ଗୁପ୍ତସେବା । ଶ୍ରୀବିଗ୍ରହଙ୍କ ଦର୍ଶନ ବନ୍ଦ ଥିବାରୁ ପଟିଦିଅଁ ପୂଜା ପାଉଛନ୍ତି । ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ମା’ ଭୁବନେଶ୍ୱରୀ, ଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଓ ସୁଦର୍ଶନଙ୍କ ସ୍ଥାନରେ ପତିତପାବନ ପୂଜା ପାଉଛନ୍ତି । ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ଥିବାରୁ ଅଲାରନାଥ ମନ୍ଦିରରେ ଲାଗିଛି ଭକ୍ତଙ୍କ ଗହଳି । ମହାପ୍ରଭୁଙ୍କ ଅଣସର ସମୟରେ ଅଲାରନାଥଙ୍କ ଦର୍ଶନ କଲେ ଜଗନ୍ନାଥଙ୍କ ଦର୍ଶନର ପୁଣ୍ୟ ମିଳିବ । ଏଠାରେ କ୍ଷିରୀ ଭୋଗର ବିଶେଷ ମହତ୍ତ୍ଵ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com