ଓଡ଼ିଶା

କାର୍‌କୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରେଲର, ୨ ଆହତ

ଜାମଗାଁ: ଜାତୀୟ ରାଜପଥ ୪୯ ରେଙ୍ଗାଲି ଥାନା ଅନ୍ତର୍ଗତ ସାହାସବଗା ଛକରେ କୋଇଲା ବୋଝେଇ ଟ୍ରେଲର ଏକ କାରକୁ ଧକ୍କା ଦେଇଥିଲା ।  ଫଳରେ କାରରେ ଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ଆହତ ହୋଇଥିବା ଜଣାପଡିଛି । ଦୁର୍ଘଟଣା ଘଟାଇବା ପରେ ଟ୍ରେଲର ଡ୍ରାଇଭର ଗାଡ଼ି ଛାଡି ଫେରାର ହୋଇ ଯାଇଛି ।

ସୂଚନାଯୋଗ୍ୟ ଯେ, ରବିବାର ରାତି ପ୍ରାୟ ସାଢେ ୮ଟା ସମୟରେ ଓଆର୨୩ଡି୪୯୦୯ ନମ୍ବର ବିଶିଷ୍ଟ ଏକ କାର୍ ଝାରସୁଗୁଡା ପଟୁ କନକତୋରା ଅଭିମୁଖେ ଯାଉଥିଲା । ସେହି ଦିଗରୁ ଆସୁଥିବା ଓଡ଼ି୦୨ବିଜି୬୯୬୬ ନମ୍ବରର ଏକ କୋଇଲା ବୋଝେଇ ଟ୍ରେଲର କାର୍‌କୁ ଧକ୍କା ଦେଇଥିଲା । ଫଳରେ କାର୍‌ର ସମ୍ମୁଖ ଭାଗ ଚୁରମାର ହୋଇଯାଇଛି । କାର୍‌ରେ ଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ଆହତ ହୋଇଛନ୍ତି ।  ଆହତ ୨ ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ଖବର ପାଇ ରେଙ୍ଗାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେମାନେ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଯାଉଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com