ନୂଆଦିଲ୍ଲୀ: ସୁଦୂର ସ୍ଥାନରେ ନିୟୋଜିତ ନୌସେନା କର୍ମଚାରୀଙ୍କ ସହିତ କଥାହେଲେ ନୌସେନା ମୁଖ୍ୟ ଆର ହରି କୁମାର । ଏଥି ସହିତ ସେ ଭିଡିଓ କଲରେ ଦେଶର ବିଭିନ୍ନ ସ୍ଥାନରେ ନିୟୋଜିତ ମାର୍କୋସ୍ କମାଣ୍ଡୋଙ୍କ ସହିତ କଥା ହେବା ସହ ଯୁଦ୍ଧ ପ୍ରସ୍ତୁତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏନେଇ ଭାରତୀୟ ନ ନୌସେନା ଗୁରୁବାର ସୂଚନା ଦେଇଛି। ନୌସେନା କହିଛି ଯେ ନୌସେନା ମୁଖ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କର୍ମଚାରୀଙ୍କ ଉପସ୍ଥିତିକୁ ସ୍ୱୀକାର କରିଛନ୍ତି ଏବଂ ସବୁବେଳେ ଯୁଦ୍ଧ ପ୍ରସ୍ତୁତ ହେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସୁଦୂର ତଥା ଦୂରଦୂରାନ୍ତରେ ନିୟୋଜିତ କର୍ମଚାରୀଙ୍କ ସହିତ ସଂଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଏହା ହେଉଛି ପ୍ରଥମ ପ୍ରକାରର ପଦକ୍ଷେପ । ଯେଉଁଠାରେ ବରିଷ୍ଠ ଅଧିକାରୀଙ୍କ ସହ ବାରମ୍ବାର କଥାବାର୍ତ୍ତା ହୁଏ ନାହିଁ ।ଏହି ପଦକ୍ଷେପ ସୁଦୂର କୋଣରେ ନିୟୋଜିତ କର୍ମଚାରୀଙ୍କ ମଧ୍ୟରେ ଏକ ପରିବର୍ତ୍ତନ ଆଣିବ ।
Back to top button