ଓଡ଼ିଶା

ଶୁକ୍ରବାରଠୁ ଦୁଇଦିନିଆ ବିଜେପିର ମାନସ ମନ୍ଥନ, ଫୋକସରେ ବ୍ରଜରାଜନଗର ଉପ-ନିର୍ବାଚନ

ଭୁବନେଶ୍ୱର: ଆସନ୍ତାକାଲି ଏବଂ ମେ ୧୪ ତାରିଖରେ ବସିବ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ । କୋର କମିଟି ବୈଠକ ଠାରୁ ଆରମ୍ଭ କରି ଜିଲ୍ଲା ସଭାପତି ଓ ପ୍ରଭାରୀ, ପଦାଧିକାରୀ ମାନଙ୍କର ବୈଠକ ଦୁଇ ଦିନ ଧରି ହେବ । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ।

ସେ କହିଛନ୍ତି ଏହି ଦୁଇ ଦିନର ବୈଠକ ଆଗାମୀ ଦିନର ଚିନ୍ତନ ବୈଠକ ପାଇଁ ଅନେକ ଗୁରୁତ୍ୱ ବହନ କରୁଛି । ବ୍ରଜରାଜନଗର ଉପନିର୍ବାଚନ ପରେ ଚିନ୍ତନ ବୈଠକ ହେବ । ଏଥିରେ ରାଷ୍ଟ୍ରୀୟ ଅଧ୍ୟକ୍ଷ, ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ମଧ୍ୟ ଯୋଗଦେବେ । ୨୦୨୪ ପର୍ଯ୍ୟନ୍ତ ରୋଡ଼ ମ୍ୟାପର ପ୍ରସ୍ତୁତିର ପ୍ରକ୍ରିୟାର ଆରମ୍ଭ ହୋଇଯାଇଛି । ନିର୍ବାଚନ ମଣ୍ଡଳୀ ସ୍ତରର ସମୀକ୍ଷା ସରିଆସିଲାଣି । ଆଉ ପ୍ରାୟ ୫ଟି ନିର୍ବାଚନ ମଣ୍ଡଳୀ ବାକି ରହିଛି ।

ସେଗୁଡିକର ସମୀକ୍ଷା ମଧ୍ୟ ଖୁବଶୀଘ୍ର ସରିବ ବୋଲି ସେ କହିଛନ୍ତି । ସେହିଭଳି ବ୍ରଜରାଜନଗର ଉପନିର୍ବାଚନ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ମାନେ ଯୋଗଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରିଖଛନ୍ତି ପୃଥ୍ୱିରାଜ । କେନ୍ଦ୍ରମନ୍ତ୍ରୀ ମାନେ ଆସିବାର ତାରିଖ ନିର୍ଦ୍ଧାରଣ ହୋଇନାହିଁ । ଖୁବଶୀଘ୍ର କେନ୍ଦ୍ର ମନ୍ତ୍ରୀ ମାନଙ୍କର ଗସ୍ତ ତାରିଖ ଜଣାପଡ଼ିବ । ଏହାସହ ଛତିଶଗଡ଼ ବିଜେପିର କିଛି ପ୍ରମୁଖ ନେତା, ଅନ୍ୟ ରାଜ୍ୟର କିଛି ନେତାଙ୍କର ଆସିବାର ଯୋଜନା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com